Type Here to Get Search Results !

ଝାରସୁଗୁଡା ଜିଲ୍ଲା ବନହରପାଲି ପୁଲିସର ଚଢ଼ଉ, ଯୁବକ ଗିରଫ, ଦେଶୀ ପିସ୍ତଲ ଜବତ

ଝାରସୁଗୁଡା :

ବେଆଇନ ଅସ୍ତ୍ର ବିରୋଧରେ ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡା ପୁଲିସର ‘ଦାମନ୍‌’ ଅଭିଯାନରେ ବନହରପାଲି ପୁଲିସକୁ ସଫଳତା ମିଳିଛି। କିରାରମା ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ଜଣେ ଯୁବକଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି। ପୁଲିସ ଅଟକାଇବା ପରେ ଯୁବକ ଜଣକ ଖସିଯିବାକୁ ଉଦ୍ୟମ କରିଥିଲେ, ପରେ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ତଲାସି କରାଯିବାରୁ ତାଙ୍କ ଅଣ୍ଟାରୁ ପିସ୍ତଲ ମିଳିଥିଲା। ଏଥିସହ ବିନା ନମ୍ବର ପ୍ଲେଟ୍‌ର ଲାଲ୍‌ ରଙ୍ଗର ହିରୋ ଗ୍ଲାମର୍‌ ବାଇକ୍‌ ଜବତ ହୋଇଛି। ଘଟଣାରେ ବନ୍ଧବାହାଲ ପଞ୍ଚାୟତପଡ଼ାର ଗୁଡ୍ଡୁ ସା ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ବନହରପାଲି ଥାନା କେସ୍‌ NO-284 ରେ ଆର୍ମସ୍‌ ଆକ୍ଟର ଧାରା 25(1-B)(A) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅସ୍ତ୍ରର ଉତ୍ସ ଓ ଅନ୍ୟ ଅପରାଧିକ ସଂଯୋଗ ନେଇ ବନହରପାଲି IIC ବିନୋଦ ରାଓ ତଦନ୍ତ ଜାରି ରଖିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.