Type Here to Get Search Results !

ଅଟୋ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ‘ଆମ ବସ୍’ ବ୍ୟବସ୍ଥା ସୁଧାରନ୍ତୁ ସରକାର: ଯାତ୍ରୀଙ୍କ ଅଭିଯୋଗ

 


ଭୁବନେଶ୍ୱର: 

ଅଟୋ ଚାଳକଙ୍କ ଦାବି ଓ ଷ୍ଟ୍ରାଇକ୍ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସରକାରୀ ‘ଆମ ବସ୍’ ସେବାର ସୁବ୍ୟବସ୍ଥା ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଦାବି ଉଠିଛି। ଗତକାଲି ଅଟୋ ଷ୍ଟ୍ରାଇକ୍ ଯୋଗୁଁ ଶହ ଶହ ଯାତ୍ରୀ ଯାତାୟାତ ସମସ୍ୟାରେ ପଡ଼ିଥିବା ବେଳେ ‘ଆମ ବସ୍’ ଉପରେ ମଧ୍ୟ ଅଭିଯୋଗ ଆସିଛି। ଟିକେଟ୍ କରିଥିବା ଅନେକ ଯାତ୍ରୀ ଷ୍ଟ୍ରାଇକ୍ କାରଣରୁ ଯାତ୍ରା କରିପାରିନଥିଲେ। ଅଭିଯୋଗ ଅନୁଯାୟୀ, ସେମାନଙ୍କ ଅସୁବିଧାର ସମାଧାନ କିମ୍ବା ଟିକେଟ୍ ଟଙ୍କା ଫେରସ୍ତ ନକରାଯିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି।

ଏହା ସହ ବସ୍ ଷ୍ଟାଣ୍ଡରେ ଅଭିଯୋଗ ପାଇଁ Complaint Register ନଥିବା ଏବଂ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯାତ୍ରୀଙ୍କ ସମସ୍ୟା ହେଲେ ସେମାନେ କାହାକୁ ଅଭିଯୋଗ କରିବେ ବୋଲି ପ୍ରଶ୍ନ କରାଯାଇଛି। ଅନ୍ୟପଟେ ବସ୍ ଷ୍ଟାଣ୍ଡ ପରିସରରେ ଦୁର୍ଗନ୍ଧ, ଖାଲଖମା ଓ ରାସ୍ତାର ଦୁରବସ୍ଥା ଯାତ୍ରୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି। ସ୍ମାର୍ଟ ସିଟିର ବିକାଶ ଦାବି ମଧ୍ୟରେ ବସ୍ ଷ୍ଟାଣ୍ଡର ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଟୋ ଉପରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ‘ଆମ ବସ୍’ ସେବାରେ ଯାତ୍ରୀଙ୍କ ସୁରକ୍ଷା, ଟିକେଟ୍ ଟଙ୍କା ଫେରସ୍ତ ବ୍ୟବସ୍ଥା, ଅଭିଯୋଗ ଗ୍ରହଣ ପ୍ରକ୍ରିୟା ଓ ବସ୍ ଷ୍ଟାଣ୍ଡର ଭିତ୍ତିଭୂମି ସୁଧାର ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.