ସୁନ୍ଦରଗଡ଼ :
ସୋସିଆଲ ମିଡିଆ ଓ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ NTPC ଦର୍ଲିପାଲି ପ୍ରକଳ୍ପ ନାମରେ ".NET Developer" ପଦବୀ ପାଇଁ ଘୁରୁଥିବା ନିଯୁକ୍ତି ବିଜ୍ଞାପନକୁ ନେଇ NTPC ଦର୍ଲିପାଲି ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ସଂସ୍ଥା କହିଛି ଯେ ଏହି ବିଜ୍ଞାପନ ସଂପୂର୍ଣ୍ଣ ଭୁଆ, ମିଥ୍ୟା ଏବଂ ଭ୍ରମ ସୃଷ୍ଟିକାରୀ। NTPC ଏପରି କୌଣସି ବିଜ୍ଞାପନ ଜାରି, ଅନୁମୋଦନ କିମ୍ବା ସମର୍ଥନ କରିନାହିଁ।
NTPC ସୂଚନା ଦେଇଛି ଯେ ସଂସ୍ଥାର ସମସ୍ତ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ନିର୍ଦ୍ଧାରିତ ପ୍ରଣାଳୀରେ ସମ୍ପନ୍ନ ହୁଏ। ସମସ୍ତ ଅଧିକୃତ ନିଯୁକ୍ତି ବିଜ୍ଞପ୍ତି କେବଳ NTPC Career Portal, ସଂସ୍ଥାର ଅଧିକୃତ ୱେବସାଇଟର Careers ବିଭାଗ ଓ ଅନୁମୋଦିତ ମାଧ୍ୟମରେ ପ୍ରକାଶ କରାଯାଏ।
ସଂସ୍ଥା ସାଧାରଣ ଲୋକ ଏବଂ ଚାକିରି ଆଶାୟୀଙ୍କୁ ସତର୍କ କରି କହିଛି ଯେ କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନାର ସତ୍ୟତା ଯାଞ୍ଚ ନକରି ବିଶ୍ୱାସ କରନ୍ତୁ ନାହିଁ। ବିଶେଷକରି ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ, ଆର୍ଥିକ ସୂଚନା କିମ୍ବା କୌଣସି ପ୍ରକାର ଟଙ୍କା ଅନଧିକୃତ ବ୍ୟକ୍ତିଙ୍କୁ ପ୍ରଦାନ ନକରିବାକୁ ପରାମର୍ଶ ଦିଆଯାଇଛି।
NTPC ଦର୍ଲିପାଲି ସମସ୍ତଙ୍କୁ କେବଳ ସଂସ୍ଥାର ଅଧିକୃତ ଯୋଗାଯୋଗ ମାଧ୍ୟମ ଓ କ୍ୟାରିୟର ପୋର୍ଟାଲରୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବାକୁ ଅନୁରୋଧ କରିଛି।

