Type Here to Get Search Results !

ବିଶ୍ୱ ପରିବେଶ ଦିବସରେ NML ଦୁଲଙ୍ଗାର ସବୁଜ ବାର୍ତ୍ତା


ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ NML ଦୁଲଙ୍ଗା ପକ୍ଷରୁ ପରିବେଶ ସୁରକ୍ଷା ଓ ସସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ନିକଟରେ ଜନ୍ମଦିନ ପାଳନ କରିଥିବା କର୍ମଚାରୀମାନଙ୍କୁ ନେଇ ଏକ ବିଶେଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ପ୍ରକଳ୍ପର ବାର୍ଷିକ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରକଳ୍ପ ମୁଖ୍ୟ ବ୍ରିଜ ରାଜ ପ୍ରସୁନ ଉପସ୍ଥିତ ରହି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ। ସେ ସମସ୍ତଙ୍କୁ ପରିବେଶ ସୁରକ୍ଷା ସଂକଳ୍ପ ପାଠ କରାଇ ଦୈନନ୍ଦିନ ଜୀବନରେ ପରିବେଶବନ୍ଧବ ଅଭ୍ୟାସ ଅପନାଇବାକୁ ଆହ୍ୱାନ କରିଥିଲେ।

ପରିବେଶ ସଂରକ୍ଷଣ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ଇନଡୋର ପ୍ଲାଣ୍ଟର ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ NML ଦୁଲଙ୍ଗାର ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ସବୁଜ ଭବିଷ୍ୟତ ଗଠନ ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.