Type Here to Get Search Results !

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

 


ଲାଞ୍ଜିଗଡ :

ଲାଞ୍ଜିଗଡ ବ୍ଲକ, ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଟେନ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେରୁକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଦୀର୍ଘ ଛତିଶ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ସେବା ଯୋଗେଇ ଆଜି ସେ ଚାକିରୀ ରୁ ଅବସର ନେଇଛନ୍ତି l ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଟେନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହା ଆଡମ୍ବର ସହିତ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛତ୍ରୀ ସମସ୍ତ ଗ୍ରାମବାସୀ ତଥା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଆମଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଦବ୍ୟାସ ପୁଟା ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ, ସମ୍ମାନିତ ଅତିଥିଭାବେ ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟାନନ୍ଦ ବେରୁକ, ଶିକ୍ଷକ ବିଷ୍ଣୁ ନାରାୟଣ ଭଞ୍ଜ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସୁନା ମଂଚାସୀନ ଥିଲେ l କାର୍ଯ୍ୟକ୍ରମ ଟି CRCC ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଲଳିତ ମୋହନ ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଶିକ୍ଷକ ସନ୍ତୋଷ କୁମାର ସାହୁ, ଶିବସୁନ୍ଦର ସାହୁ, ସୁରେଶ ଚନ୍ଦ୍ର ଭୋଇ, ରତ୍ନାକର ବେରୁକ, ସଞ୍ଜୟ ବେରୁକ, ବରିଷ୍ଠ ଶିକ୍ଷକ ଭାଗିରଥି ବେରୁକ, ନିରଞ୍ଜନ ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ l ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ପରେ ଗ୍ରାମବାସୀ ପାରମ୍ପରିକ ଆଦିବାସୀ ଢ଼ାପ ବାଜାର ତାଳେ ନାଚି ନାଚି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେରୁକ ଙ୍କୁ ଗ୍ରାମ ପରିକ୍ରମା କରେଇ ଗୋଟେନ ଠାରୁ ମସ୍କାଗୁଡା ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇ ସାରଙ୍କର ପୈତୃକ ଗୃହକୁ ପହଞ୍ଚାଇ ଥିଲେ l ସାନ୍ଧ୍ୟରେ ପୁଣି ମସ୍କାଗୁଡା ଗ୍ରାମରେ ସମସ୍ତ ଗ୍ରାମବାସୀ,ନିମନ୍ତ୍ରିତ ବନ୍ଧୁ ବାନ୍ଧବ, ଛାତ୍ର ଛତ୍ରୀ ଏବଂ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଙ୍କ ଉପସ୍ଥିତି ରେ ପୁଣିଥରେ ଶିକ୍ଷକ ଦମ୍ପତି ଙ୍କୁ ବନ୍ଧା ପଣା କରି ଅବସର କାଳୀନ ଶୁଭ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶିକ୍ଷକ ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଲାଞ୍ଜିଗଡ଼ ବ୍ଲକ୍ ରୁ ଥବିର ପାତ୍ର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.