ନୂଆଦିଲ୍ଲୀ:
ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ମୃତକମାନଙ୍କ ମଧ୍ୟରୁ ୧୭ ଜଣ ବିଦେଶୀ ନାଗରିକ ବୋଲି ପ୍ରଶାସନ ସୂଚନା ଦେଇଛି।
ମୃତ ବିଦେଶୀ ନାଗରିକମାନେ ଲାଇବେରିଆ, ନାଇଜେରିଆ, ମୋଜାମ୍ବିକ୍ ଏବଂ ବାଂଲାଦେଶର ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଭବନ ଭିତରେ ଅନେକ ଲୋକ ଫସି ରହିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା।
ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ମୃତକଙ୍କ ପରିଚୟ ଓ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ପ୍ରଶାସନ କାର୍ଯ୍ୟ ଜାରି ରଖିଛି।

