ସୁନ୍ଦରଗଡ:
ଜୁନ ୧୮ ତାରିଖ ଗୁରୁବାର ଦିନ ଲେଫ୍ରିପଡା ପୋଲିସ ଲେଫ୍ରିପଡା ଥାନା ଅପମୃତ୍ୟୁ ମାମଲା -୨୦ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଛି। ମୃତ ମହିଳା ହେଲେ - ମେରି ତିର୍କି, ବୟସ -୭୫ ବର୍ଷ। ଗତ କାଲି ଅପରାହ୍ନ ୪:୦୫ ପାଖାପାଖି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ମିଶି ତାଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ତେବେ ବାଟରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଡାକ୍ତରଖାନାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମେରୀ ଏକ ଗଛ ମୂଳରେ ବସି ଟୋଲ ମଞ୍ଜି ସଫା କରୁଥିବା ବେଳେ ଚଡ଼କ ମାରିବାରୁ ଚେତାଶୂନ୍ୟ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ଅଣା ଯାଇଥିଲା, ହେଲେ ଡ଼ାକ୍ତର ଖାନାରେ ପହଞ୍ଚିବା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି।

