ଦୁଲଙ୍ଗା:
NML ଦୁଲଙ୍ଗା ପକ୍ଷରୁ ପନ୍ଦର ଦିନିଆ “ସ୍ୱଚ୍ଛତା ପକ୍ଷ ୨୦୨୬” କାର୍ଯ୍ୟକ୍ରମର ଶୁଭାରମ୍ଭ ସାଇଟ୍ ଅଫିସ୍ରେ ଏକ ସଙ୍କଳ୍ପ ଗ୍ରହଣ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି। ଏହି ଅବସରରେ HoP ଶ୍ରୀ ବ୍ରିଜ ରାଜ ପ୍ରସୂନ ସମସ୍ତ ବିଭାଗମୁଖ୍ୟ, ବରିଷ୍ଠ ପ୍ରଶାସନିକ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସ୍ୱଚ୍ଛତା ସପଥ ପାଠ କରାଇଥିଲେ।
ସପଥ ଗ୍ରହଣ କାର୍ଯ୍ୟକ୍ରମ ସମୟରେ ସମସ୍ତେ ନିଜ ପରିବେଶ ସ୍ୱଚ୍ଛ ରଖିବା ସହ ଏକ ସୁସ୍ଥ ଓ ସୁନ୍ଦର ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବାକୁ ସଙ୍କଳ୍ପ କରିଥିଲେ।
ଏହି ଅବସରରେ HoP ଶ୍ରୀ ବ୍ରିଜ ରାଜ ପ୍ରସୂନ କହିଥିଲେ ଯେ, ସ୍ୱଚ୍ଛତା କେବଳ ଜଣେ ବ୍ୟକ୍ତିର ନୁହେଁ, ବରଂ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବଢ଼ାଇବା ପାଇଁ ସମସ୍ତଙ୍କୁ ଦୈନିକ ଜୀବନରେ ସୁସ୍ଥିର ଅଭ୍ୟାସ ଅନୁସରଣ କରିବାକୁ ସେ ଆହ୍ୱାନ କରିଥିଲେ।
ଆସନ୍ତା ପନ୍ଦର ଦିନ ଧରି NML ଦୁଲଙ୍ଗା ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ ଓ ସାମାଜିକ କାର୍ଯ୍ୟସୂଚୀ ଆୟୋଜିତ ହେବ। ଏହା ମାଧ୍ୟମରେ ସଂସ୍ଥାର “ସ୍ୱଚ୍ଛ ଓ ସସ୍ଥାୟୀ ଭାରତ” ଗଠନ ପ୍ରତି ଅଙ୍ଗୀକାରକୁ ଆହୁରି ମଜବୁତ କରାଯିବ ବୋଲି ଜଣାପଡ଼ିଛି।

