ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କୁ ନେଇ ଆଉଥରେ ଆଇନଗତ ଜଟିଳତା ସୃଷ୍ଟି ହୋଇଛି। ଆଲ୍ଲାହାବାଦ ହାଇ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ପୋଲିସ୍କୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରଜିଷ୍ଟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାଟି ଦ୍ୱୈତ ନାଗରିକତା ଅଭିଯୋଗ ସହ ଜଡିତ ଥିବାବେଳେ, ରାହୁଲ ଗାନ୍ଧିଙ୍କ ପାଖରେ ବ୍ରିଟେନ୍ ନାଗରିକତା ଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଜଣେ ବିଜେପି ନେତାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
କେବଳ ଏତଲା ରଜିଷ୍ଟର କରିବା ନୁହେଁ, ମାମଲାଟିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି।
ଏହି ଘଟଣା ରାଜନୈତିକ ମହଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ, ଏହା ରାହୁଲ ଗାନ୍ଧିଙ୍କ ପାଇଁ ଏକ ବଡ଼ ରାଜନୈତିକ ଧକ୍କା ଭାବେ ଦେଖାଯାଉଛି।
ଆଗାମୀ ଦିନରେ ଏହି ମାମଲା କେଉଁ ଦିଗକୁ ଯାଉଛି , ତାହା ଉପରେ ସମସ୍ତଙ୍କ ନଜର ରହିଛି।

