ପ୍ରାଇଭେଟ୍ ଯାନବାହନରେ ସରକାରୀ ପଦବୀ ସୂଚକ ଷ୍ଟିକର ଲଗାଇବାକୁ ନେଇ ଆଇନ ଆଜିକାଲି କଠୋର ହୋଇଛି। “ପୋଲିସ”, “ପ୍ରେସ”, “ଗଭର୍ଣ୍ମେଣ୍ଟ ଅଫ୍ ଇଣ୍ଡିଆ” ପରି ଶବ୍ଦ ଲେଖା ଷ୍ଟିକର ଅନେକ ଲୋକ ପ୍ରାଇଭେଟ୍ ଗାଡିରେ ବ୍ୟବହାର କରୁଥିବା ଦେଖାଯାଉଛି, ଯାହା ସଂପୂର୍ଣ୍ଣ ଭାବେ ଅବୈଧ। ଏହା ମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କରାଯାଇପାରେ ଓ ଅନ୍ୟାୟ ସୁବିଧା ନେବାର ଚେଷ୍ଟା ବୋଲି ଆଇନ ଏହାକୁ ଗ୍ରହଣ କରେ। "PRESS” ଷ୍ଟିକର ମଧ୍ୟ ଯଦି ଆପଣ ଅଧିକୃତ ମିଡିଆ ସଂସ୍ଥା ସହ ଜଡିତ ନୁହନ୍ତି ତେବେ ତାହା ଅବୈଧ। ସେଇପରି ସରପଞ୍ଚ, କିମ୍ବା କୌଣସି ପଦ ପଦବୀ କିମ୍ବା ରାଜନୈତିକ ପଦବୀ ନିଜ private ଗାଡ଼ିରେ ଲଗାଇବା ମଧ୍ୟ ବେଆଇନ ଅଟେ।
Motor Vehicles Act 1988 ଅନୁଯାୟୀ ଗାଡିରେ ଅନଧିକୃତ ଷ୍ଟିକର ବା ଚିହ୍ନ ବ୍ୟବହାର କଲେ ଜରିମାନା ଲାଗିପାରେ। ଏହାସହିତ Indian Penal Code Section 170 ଓ Indian Penal Code Section 171 ଅନୁଯାୟୀ ସରକାରୀ କର୍ମଚାରୀ ଭାବେ ଭୁଲ ପରିଚୟ ଦେବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଜେଲ ସଜା କିମ୍ବା ଜରିମାନା ହୋଇପାରେ।
ପୁଲିସ ପକ୍ଷରୁ ଏପରି ଅବୈଧ କାର୍ଯ୍ୟକଳାପ ଉପରେ ନିୟମିତ ଚେକିଂ ହେଉଛି ଓ ଅନେକ ମାମଲାରେ ଗାଡି ଜବତ କରାଯାଇଥିବା ଖବର ମିଳିଛି। ତେଣୁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଛି ଯେ, ସେମାନେ ଏପରି ଷ୍ଟିକର ବ୍ୟବହାର କରି ଆଇନ ଉଲ୍ଲଂଘନ କରିବେ ନାହିଁ।
ଯାନବାହନରେ କେବଳ ନିର୍ଦ୍ଧାରିତ ନମ୍ବର ପ୍ଲେଟ୍ ଓ ଆବଶ୍ୟକ ତଥ୍ୟ ରଖିବାକୁ ଆଇନ କହୁଛି। ଏହା ନିୟମ ମାନିଲେ ଦୁର୍ଘଟନା ଓ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ।

