Type Here to Get Search Results !

NTPC ଦର୍ଲିପାଲି HoP ଙ୍କ ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ

 


NTPC ଦରଲିପାଳିର Head of Project ଶ୍ରୀ ଫାଇଜ୍ ତୈୟବ ରାଜ୍ୟ ସଚିବାଳୟରେ ଆୟୋଜିତ ଜମି, CSR ଓ Fly Ash ପରିଚାଳନା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଏହି ବୈଠକଟି ରେଭେନ୍ୟୁ ଓ ଦୁର୍ଯ୍ୟୋଗ ପରିଚାଳନା ବିଭାଗର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏପ୍ରିଲ୍ ୨୮, ୨୦୨୬ ତାରିଖରେ ଆୟୋଜିତ ହୋଇଥିଲା।

ବୈଠକରେ ଜମି ଅଧିଗ୍ରହଣ, ପୁନର୍ବାସ, CSR କାର୍ଯ୍ୟକ୍ରମ ଓ Fly Ash ପରିଚାଳନା ସମ୍ପର୍କିତ ବିଭିନ୍ନ ମୁଖ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା। NTPC ଦରଲିପାଳି ପକ୍ଷରୁ Fly Ash ର ଅନୁଚିତ ବିସର୍ଜନ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଉଲ୍ଲେଖ କରାଯାଇଥିଲା।

ସେହି ସହିତ, ଶିଳ୍ପ ପାଇଁ ସୁରକ୍ଷିତ Fly Ash ବ୍ୟବହାର ନିମନ୍ତେ ପରିତ୍ୟକ୍ତ ଖଣି ଅଞ୍ଚଳକୁ ଶୀଘ୍ର ବଣ୍ଟନ କରିବା ପାଇଁ ରେଭେନ୍ୟୁ ବିଭାଗକୁ ଅନୁରୋଧ କରାଯାଇଥିଲା।

ଶ୍ରୀ ତୈୟବ NTPC ର CSR କାର୍ଯ୍ୟକଳାପ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ ଏବଂ ଆଗାମୀଦିନରେ ବିକାଶମୂଳକ କାର୍ଯ୍ୟରେ ନିରନ୍ତର ସହଯୋଗ ଜାରି ରହିବ ବୋଲି ଆଶ୍ୱାସନ ଦେଇଥିଲେ।

ଏହି ବୈଠକରେ ପାଞ୍ଚଟି ଜିଲ୍ଲାର ଜିଲ୍ଲାପାଳ, RDC (ND), SPCB ସଦସ୍ୟ ସଚିବ, ରାଜ୍ୟ ସରକାରର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଏହାସହିତ OPGC ଓ MCL ର CMD ମାନେ ମଧ୍ୟ ଉପସ୍ଥିତ ଥିଲେ।

NTPC ଦରଲିପାଳିର ଏହି ଯୋଗଦାନ ସରକାରୀ ବିଭାଗ ସହ ଭଲ ସମନ୍ୱୟ ଓ ଦାୟିତ୍ୱପୂର୍ଣ୍ଣ ପ୍ରକଳ୍ପ ପରିଚାଳନା ପ୍ରତି ସଂସ୍ଥାର ଦୃଢ଼ ସଙ୍କଳ୍ପକୁ ପ୍ରକାଶ କରୁଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.