Type Here to Get Search Results !

ଝାରସୁଗୁଡାରେ ୨ୟ ମୁଖ୍ୟମନ୍ତ୍ରୀ କପ୍ ଟ୍ରଫି ଫୁଟବଲ୍ ଅନୁଷ୍ଠିତ

 


ଝାରସୁଗୁଡା :

ଝାରସୁଗୁଡାରେ ଆୟୋଜିତ ୨ୟ ମୁଖ୍ୟମନ୍ତ୍ରୀ କପ୍ ଟ୍ରଫି ଫୁଟବଲ୍ ପ୍ରତିଯୋଗିତାର ଅଣ୍ଡର–୧୪ ବାଲକ ବର୍ଗର ତୃତୀୟ ମ୍ୟାଚ୍ ଆଜି ଉତ୍ସାହ ଓ କ୍ରୀଡାମନୋଭାବରେ ସମ୍ପନ୍ନ ହୋଇଛି। ଏହି ମ୍ୟାଚ୍‌ରେ ବାଲିଜୋରି ସ୍ପୋର୍ଟସ୍ କ୍ଲବ୍ ସହ ଆଦିବାସୀ କ୍ଲବ୍, ଦିପାପାରା ମୁକାବିଲା କରିଥିଲେ। ଆରମ୍ଭରୁ ବାଲିଜୋରି ଦଳ ଆକ୍ରମଣାତ୍ମକ ଖେଳ ଦେଖାଇ ମ୍ୟାଚ୍‌ରେ ପ୍ରଭାବ ସୃଷ୍ଟି କରିଥିଲା। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ସେମାନେ ଦୃଢ଼ ପ୍ରଦର୍ଶନ କରି ଶେଷରେ ୫–୧ ଗୋଲ୍ ବ୍ୟବଧାନରେ ଜିତ ହାସଲ କରିଥିଲେ।

ଏହି କ୍ରୀଡା ଆୟୋଜନରେ ଝାରସୁଗୁଡା ପୌରସଭାର ଇଓ ଶ୍ରୀ ମନସ ରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ସହ ସର୍ବଶ୍ରୀ ତପସ ରାୟ ଚୌଧୁରୀ, ବିଜୟ ବେହେରା, ସାଗର ଥାପା, ସୁଶାନ୍ତ ମାଳୀ, ଭିକାରୀ ମୁଣ୍ଡା, ବିଜୟ ବକ୍ସି, ବିଷ୍ଣୁ ନାଏକ, ଗୁରୁ ପ୍ରେମ ସିଂହ ଥାପା, ପେଙ୍କାକ୍ ସିଲାଟ୍ ଓଡିଶାର ସଚିବ ଓ ବିବେକ ପ୍ରଧାନ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ମ୍ୟାଚ୍‌ଟିକୁ ସଫଳ ଭାବେ ପରିଚାଳନା କରିଥିଲେ ଅରୁଣ ପ୍ରଧାନ, ଅଭିଳାଷ ପ୍ରସାଦ ସାହୁ, ରତ୍ନାକର ସାଇ ଓ ଅଗସ୍ତି ହାତିପଡା।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.