Type Here to Get Search Results !

ସ୍ଵାମୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ୩୦ଲକ୍ଷ ଟଙ୍କା ଲୁଟିବା ମାମଲା, ଭଣ୍ଡ ବାବା ସହ ୨ଗିରଫ

ପୁରୀ :- 

ଆଙ୍କର -ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମହିଳା ଅନ୍ୟ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରଖିବା ଏବଂ ଜଣେ ଭଣ୍ଡ ବାବାଙ୍କ ଦ୍ଵାରା ପ୍ରଭାବିତ ହୋଇ ନିଜ ସ୍ଵାମୀଙ୍କ ଠାରୁ ୩୦ଲକ୍ଷ ଟଙ୍କା ଓ ୨୫୦ ଗ୍ରାମର ସୁନା ଅଳଙ୍କାର ଲୁଟିନେବା ମାମଲାରେ ବଳଙ୍ଗା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରି ଶନିବାର ରାତିରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ଦୈଳିବାଟିର ପ୍ରତାପ କୁମାର ମହାନ୍ତି ବଳିପୁଟର ରଶ୍ମି ରଞ୍ଜନ ପରିଡ଼ା ବୋଲି ପୋଲିସ ସୂଚନା ଦେଇଛି। ସୁଚନା ମୁତାବକ ଅଭିଯୁକ୍ତ ପ୍ରତାପ ବାଲିପୁଟ ସ୍ଥିତ ଶନି ମନ୍ଦିରରେ ରହି ନିଜକୁ ଜଣେ ବାବା ଭାବେ ପରିଚୟ ଦେଉଥିଲା ବେଳେ ରଶ୍ମି ସେହିଠାରେ ଜନ ସେବା କେନ୍ଦ୍ର ଖୋଲିଛନ୍ତି। ରଶ୍ମି ଓ ବଳଙ୍ଗା ଅଞ୍ଚଳର ବିବାହିତା ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ବାମୀଙ୍କ ପାଖରେ ପ୍ରବଳ ଟଙ୍କା ଓ ସୁନା ଅଳଙ୍କାର ଥିବା ନେଇ ରଶ୍ମୀ ଜାଣିବାକୁ ପାଇଥିଲା। ମହିଳାଙ୍କର ଏକ ଶିଶୁ ପୁତ୍ର ରହିଥିଲା ବେଳେ ତାର ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ ରଶ୍ମୀଙ୍କ କହିବା ଅନୁସାରେ ମହିଳା ତାଙ୍କ ଶିଶୁ ପୁତ୍ରକୁ ନେଇ ଅଭିଯୁକ୍ତ ପ୍ରତାପଙ୍କ ନିକଟକୁ ଯାଇଥିଲେ। ସେଠାରେ ପ୍ରତାପ ମହିଳାଙ୍କ ସ୍ଵାମୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମହିଳାଙ୍କୁ ଭୟଭୀତ କରି ରଶ୍ମୀ ଓ ପ୍ରତାପ ମହିଳାଙ୍କ ଠାରୁ ୨୫୦ଗ୍ରାମ ଓଜନର ସୁନା ଅଳଙ୍କାର ସହ ୩୦ଲକ୍ଷ ଟଙ୍କା ନେଇଯାଇଥିଲେ । ପରେ ପୁନର୍ବାର ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ନାମରେ ଥିବା ଚେକ୍ ମାଧ୍ୟମରେ ବ୍ୟାଙ୍କ୍ ରୁ ୫୦ଲକ୍ଷ ଟଙ୍କା ଉଠାଇବାକୁ ଯାଇ ବିଫଳ ହୋଇଥିଲେ। ଏହି ଘଟଣା ମହିଳାଙ୍କ ସ୍ବାମୀ ଜାଣିବା ପରେ ମହିଳାଙ୍କୁ ପଚାରିବାରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ । ଫଳରେ ମହିଳାଙ୍କ ସ୍ୱାମୀ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ କରି କାମ ସାରିଦେଇଥିଲା । ଏହି ମାମଲାରେ ଥାନାର ନୂତନ ଦକ୍ଷ ଆଇ ଆଇ ସି ସସ୍ମିତା ସାହୁ ଖୋଳତାଡ଼ କରି ଆଜି ପୁରୀରେ ଚଢ଼ଉ କରି ୨ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ପ୍ରତାପ ନାମରେ ସଦର ଥାନାରେ ୬ଟି ମାମଲା ରହିଥିଲା ବେଳେ କୁମ୍ଭାର ପଡ଼ା ଥାନାରେ ଗୋଟିଏ ମାମଲା ରହିଥିବା ଜଣା ପଡିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.