ନୂଆଦିଲ୍ଲୀ :
ରାଜଧାନୀ ନୂଆଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ Lashkar-e-Taiba ପକ୍ଷରୁ ବଡ଼ ବିସ୍ଫୋରଣ ଷଡ଼ଯନ୍ତ୍ର ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ନ୍ୟୁଜ ଏଜେନ୍ସି ANI ସୂତ୍ର ଅନୁସାରେ, ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳରେ ଅବସ୍ଥିତ Red Fort ଏବଂ ଏହା ସାମ୍ନାରେ ଥିବା ଏକ ହିନ୍ଦୁ ମନ୍ଦିର ଟାର୍ଗେଟରେ ରହିଥିବା ଆଶଙ୍କା। IED ଆକ୍ରମଣ ଯୋଜନା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
\
ନ୍ୟୁଜ ଏଜେନ୍ସି ANI ସୂତ୍ର ଅନୁସାରେ, ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳରେ ଅବସ୍ଥିତ Red Fort ଓ ଏହା ସାମ୍ନାରେ ଥିବା ଏକ ମନ୍ଦିର ଆତଙ୍କୀଙ୍କ ଟାର୍ଗେଟରେ ରହିଛି। IED ମାଧ୍ୟମରେ ଆକ୍ରମଣ ଯୋଜନା ଥିବା ଆଶଙ୍କା କରାଯାଉଛି। ଏହା ସହିତ ଦିଲ୍ଲୀର Swaminarayan Akshardham ଏବଂ ଉତ୍ତର ପ୍ରଦେଶର Kashi Vishwanath Temple ମଧ୍ୟ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ଥିବା ସୂଚନା ମିଳିଛି। ଏହା ପରେ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଚାନ୍ଦନୀ ଚୌକ, ଲାଲକିଲ୍ଲା ଓ ପ୍ରମୁଖ ଧାର୍ମିକ ସ୍ଥଳ ଚାରିପାଖରେ ଭେହିକଲ୍ ଚେକିଂ ଓ ବ୍ଲକିଂ ବ୍ୟବସ୍ଥା ଜୋରଦାର କରାଯାଇଛି। ଅତିରିକ୍ତ ପୋଲିସ ଓ ପାରାମିଲିଟାରି ବଳ ମୋତାୟନ କରାଯାଇଛି। CCTV ମନିଟରିଂ ମଧ୍ୟ ବଢ଼ାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଓ କୌଣସି ସନ୍ଦିଗ୍ଧ ବସ୍ତୁ ବା ବ୍ୟକ୍ତି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ରାଜଧାନୀରେ ସୁରକ୍ଷା ବଳ ଏବେ ପୂର୍ଣ୍ଣ ସତର୍କତାରେ ରହିଛି।


