Type Here to Get Search Results !

ଜିଲ୍ଲା ପ୍ରଶାସନର 'ସ୍ନେହ ସେତୁ' ଅଭିଯାନ; ଝାଡ଼ଖଣ୍ଡକୁ ଫେରିଲେ ଦୀର୍ଘ ଦିନରୁ ନିଖୋଜ ପୁତୁଲ ମାର୍ଡି

 

ଝାରସୁଗୁଡ଼ା: 

ସମ୍ପର୍କର ପରିଭାଷାକୁ ପୁଣି ଥରେ ସଜେଇ ଦେଇଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାନବୀୟ ଆଭିମୁଖ୍ୟ ଯୋଗୁଁ ଆଜି ଜଣେ ନିଖୋଜ ବ୍ୟକ୍ତି ନିଜ ପରିବାରକୁ ଫେରି ପାଇଛନ୍ତି। ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଅଞ୍ଚଳରୁ ନିଖୋଜ ହୋଇ ବାଟବଣା ହୋଇଥିବା ପୁତୁଲ ମାର୍ଡି ଆଜି ନିଜ ଭାଇଙ୍କ ସହ ଘରକୁ ଫେରିଛନ୍ତି।


ଗତ ଫେବୃଆରୀ ୧ ତାରିଖରେ ଟାଉନ ପୋଲିସ ଦ୍ୱାରା ସୁନାରୀମୁଣ୍ଡା ଅଞ୍ଚଳରୁ ଉଦ୍ଧାର ହୋଇଥିବା ପୁତୁଲଙ୍କ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତାଙ୍କ ପରିବାର ସହ ପୁନଃମିଳନ ପାଇଁ ଖୋଜିବା ଆରମ୍ଭ କରିଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଅଧିକାରୀମାନେ ଝାଡ଼ଖଣ୍ଡ ପ୍ରଶାସନ ସହ ଯୋଗାଯୋଗ କରି ପୁତୁଲଙ୍କ ପରିବାରର ସନ୍ଧାନ ପାଇଥିଲେ। ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଅଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.