Type Here to Get Search Results !

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

 


ଝାରସୁଗୁଡ଼ା: 

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଓଏସଏପି ଦ୍ୱିତୀୟ ବାଟାଲିୟନ ପରେଡ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗରତିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୯୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଅଂଶଗ୍ରହଣ କରିଥିଲେ। ଏହି ଦିନିକିଆ କ୍ରୀଡ଼ା ଉତ୍ସବରେ ଖୋ-ଖୋ, କବଡ଼ି ଏବଂ ଟଗ୍ ଅଫ୍ ୱାର୍ ଭଳି ପାରମ୍ପରିକ ଖେଳ ପ୍ରଦର୍ଶିତ ହୋଇଥିଲା। 


କାର୍ଯ୍ୟକ୍ରମରେ PO-cum-PO ଶ୍ରୀମତୀ ଯାଜ୍ଞସେନୀ ମହାନନ୍ଦ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କୃଷ୍ଣପ୍ରିୟା ପ୍ରଧାନ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଶ୍ରୀମତୀ ମିନାକ୍ଷୀ ରାଜଙ୍କ ସମେତ ସମସ୍ତ ପ୍ରକଳ୍ପର ସିଡ଼ିପିଓ, ସୁପରଭାଇଜର ଏବଂ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.