ଝାରସୁଗୁଡା :-
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଜେ. ସି. ଆଇ ଝାରସୁଗୁଡ଼ା ସିଟି ପକ୍ଷରୁ ଏକ ମାନବିକ ଦାନ ଉତ୍ସବ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଂଗଠନର ସଦସ୍ୟମାନେ ଝାରସୁଗୁଡ଼ା ସହରର ପଞ୍ଚପଡ଼ା ଅଞ୍ଚଳରେ ଅବସ୍ଥିତ ଡ୍ରିମ୍ ସେଣ୍ଟର୍ ଅନାଥ ଆଶ୍ରମକୁ ପହଞ୍ଚି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ ସହ ଆନନ୍ଦମୟ ସମୟ ଅତିବାହିତ କରିଥିଲେ।
ଏହି ସମୟରେ ଅନାଥ ଆଶ୍ରମର ଶିଶୁ ଓ ଅନ୍ୟାନ୍ୟ ଅନ୍ତେବାସୀମାନଙ୍କ ମଧ୍ୟରେ ଫଳ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜେ. ସି. ଆଇ ଝାରସୁଗୁଡ଼ା ସିଟିର ସଭାପତି ଜେସି ରବି କୁମାର, ସମ୍ପାଦକ ଜେସି ମନିଷ ଜେନ, ପ୍ରୋଜେକ୍ଟ ଡାଇରେକ୍ଟର ଜେସି ସୁରଜ ଶର୍ମା ଓ ସଦସ୍ୟ ଜେସି ସନ୍ଦୀପ କେଡିଆ ଉପସ୍ଥିତ ଥିଲେ।

