ଝାରସୁଗୁଡା :
ଝାରସୁଗୁଡା ର ଆରାଧ୍ୟ ବାବା ଝାଡ଼େଶ୍ୱର ଙ୍କ ମନ୍ଦିର ର ଉନ୍ନତି ସକାଶେ ରାଜ୍ୟ ସରକାର ଦେଇଥିବା ୪. ୫କୋଟି ଟଙ୍କା ର ଅନୁଦାନ ରାଶି ର କାର୍ଯ୍ୟାରମ୍ଭ ଗୁରୁବାର ପୂର୍ବାହ୍ନ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ କରକମଳ ରେ ଶୁଭରମ୍ଭ କରାଯାଇଛି | ଝାରସୁଗୁଡା ର ପ୍ରସିଦ୍ଧ ଶୈବ ପୀଠ ଓ ଜିଲ୍ଲା ର ଆରାଧ୍ୟ ବାବା ଝାଡ଼େଶ୍ୱର ଙ୍କ ପୀଠ ର ଉନ୍ନତି ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ନିହ ଖୋଳି ନଡ଼ିଆ ଭାଙ୍ଗି କାର୍ଯ୍ୟ ର ଆରମ୍ଭ କରିଛନ୍ତି | ବାବା ଝାଡ଼େଶ୍ୱର ପୀଠ ର ଉନ୍ନତି ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଚେଷ୍ଟା ରେ ପାଖାପାଖି ୪. ୫ କୋଟି ଅନୁଦାନ ରାଶି ରାଜ୍ୟ ସରକାର ମଂଜୁର କରିଛନ୍ତି | ଏହାଦ୍ୱାରା ଝାଡ଼େଶ୍ୱର ମାନ୍ଦିର ର ପାରିପାର୍ଶିକ ବିକାଶ, ପୂଜା ମଣ୍ଡପ ଏବଂ ପାର୍କ ନିର୍ମାଣ ରେ ସହାୟକ ହୋଇ ପାରିବ | ଏହା ସହିତ ବିଭିନ୍ନ ପର୍ବ ଯଥା ଶିବରାତ୍ରି, ଶ୍ରାବଣ ସୋମବାର ତଥା ମକର ସଂକ୍ରାନ୍ତି ପରି ଦିନ ମାନଙ୍କ ରେ ହେଉଥିବା ଭିଡ଼ ନିୟନ୍ତ୍ରଣ ହେବା ସହିତ ଶୈବ ଭକ୍ତ ମାନେ ବହୁ ସୁବିଧା ପାଇପାରିବେ ବୋଲି ବିଧାୟକ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି |ଏହି ଅନୁଦାନ ରାଶି ର କାର୍ଯ୍ୟରମ୍ଭ ସମୟ ରେ ବିଧାୟକ ତ୍ରିପାଠୀ ଙ୍କ ସହିତ ପୌର ପରିଷଦ ର ଇଓ ମାନସ ରଞ୍ଜନ ମଲ୍ଲିକ, ଝାଡ଼େଶ୍ୱର ମନ୍ଦିର କମିଟି ର କର୍ମକର୍ତା ତଥା ବହୁ ଭାଜପା କର୍ମୀ ଏବଂ ଝାରସୁଗୁଡା ପୌର ପରିଷଦ ର ବହୁ ଅଧିକାରୀ ଉପସ୍ଥିତ ଥିଲେ |

