Type Here to Get Search Results !

ଜାନକୀବଲ୍ଲଭଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳନର ପ୍ରସ୍ତୁତି ବୈଠକ


ଝାରସୁଗୁଡା :

ପୂର୍ବତନ ମୂଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳନ ସରି ଯାଇଥିବା ବେଳେ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କମିଟି ପକ୍ଷରୁ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସମାରୋହ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷିରେ ଝାରସୁଗୁଡା ଜିଲ୍ଲା ଜନ୍ମ ଶତବାର୍ଷିକୀ ପାଳନ କମିଟି ପକ୍ଷରୁ ପୂର୍ବତନ ଉପ ନଗରପାଳ ବ୍ରଜରାଜନଗର ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଇବ ବରଘାଟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳମତ ନିର୍ବିଶେଷରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଭଲ ପାଉଥିବା ଝାରସୁଗୁଡା ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ। ବୈଠକରେ ପ୍ରଥମେ ଜାନକୀ ବାବୁଙ୍କ ଜୀବନୀ ଉପରେ ସମ୍ୟକ ଆଲୋଚନା ପରେ ସମାରୋହର ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। କମିଟିର ନିଷ୍ପତ୍ତି ଅନୁସାରେ ଆସନ୍ତା ଫେବୃଆରୀ ୨୭ ତାରିଖ ଦିବା ୧୦ ଘଟିକା ସମୟରେ ମହାସମାରୋହରେ ଜାନକୀ ବାବୁଙ୍କର ଜନ୍ମ ଶତ ବାର୍ଷିକୀ ପାଳନ କରିବା ପାଇଁ ସ୍ଥିର ହୋଇଛି। ଏହି ବୈଠକରେ ସିଆରାମ ଦାସ, ରବିନ୍ଦ୍ର ଦିକ୍ଷିତ, ମନୋରଞ୍ଜନ ମହାପାତ୍ର, ବୁଲୁ ପଣ୍ଡା, ବେଣୁଗୋପାଲ ପାଣିଗ୍ରାହୀ, ମନୋଜ ଦେହେରି, ସୁବ୍ରତ ପ୍ରଧାନ, ପ୍ୟାରେଲାଲ ଶ୍ରୀବାସ୍ତବ, ଇନ୍ଦ୍ରସେନ ଗୌଡ, ଦେବା ସ୍ୱାଇଁ, ସଞ୍ଜୟ ପଣ୍ଡା, ଅବିନାଶ ପଟେଲ, ଗଜାନନ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.