Type Here to Get Search Results !

ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ କଂଗ୍ରେସ ସମର୍ଥନ

 


ଭୁବନେଶ୍ୱର :-

ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଏହି ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ବିଭିନ୍ନ ଜନସମସ୍ୟା ଓ ସରକାରୀ ଅବ୍ୟବସ୍ଥାକୁ ନେଇ ଏହି ଓଡ଼ିଶା ବନ୍ଦର ଆହ୍ୱାନ ଦିଆଯାଇଥିବା କୁହାଯାଇଛି।

ରାଜ୍ୟଵ୍ୟାପୀ ଧାନକିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଳରେ ଅତ୍ୟଧିକ ଜରିମାନା ଆଦାୟ, ବିଜୁଳି ଟାରିଫକୁ ନେଇ ସରକାର, ଓଇଆରସି ଓ ଟାଟା ପାୱାରଙ୍କ ମନମାନି, ଏବଂ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପୂର୍ବରୁ ମଧ୍ୟ ସାରା ରାଜ୍ୟରେ ଆନ୍ଦୋଳନ ହୋଇଆସୁଛି।

ଲୋକଙ୍କ ଦୈନନ୍ଦିନ ସମସ୍ୟାକୁ ମଧ୍ୟନଜରରେ ରଖି ନଵନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦର ଡାକରା ଦେଇଥିବାରୁ କଂଗ୍ରେସ ଏହାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଭକ୍ତ ଚରଣ ଦାସ କହିଛନ୍ତି। କଂଗ୍ରେସର ସମର୍ଥନ ପରେ ବନ୍ଦର ପ୍ରଭାବ କେତେ ହେବ, ସେଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.