Type Here to Get Search Results !

JCI ଝାରସୁଗୁଡ଼ା ସିଟିର ତୃତୀୟ ପ୍ରତିଷ୍ଠା ଦିବସ ଏବଂ ଶପଥ ଗ୍ରହଣ ଦିବସ

 


ଝାରସୁଗୁଡା :

ଝାରସୁଗୁଡ଼ା ସହର ସ୍ଥିତ ଏକ ହୋଟେଲରେ JCI ଝାରସୁଗୁଡ଼ା ସିଟିର ତୃତୀୟ ପ୍ରତିଷ୍ଠା ଦିବସ ଏବଂ ଶପଥ ଗ୍ରହଣ ଦିବସ ଅନୁଷ୍ଠିତ । JCI ଝାରସୁଗୁଡ଼ା ସିଟି ସହରରେ ବର୍ଷ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସିଛି । ଏବଂ ଆଜି JCI ଝାରସୁଗୁଡ଼ା ସିଟି ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ବିକାଶ ଗ୍ରୁପ ଚେୟାରମ୍ୟାନ ଡ଼ି ମୁରଲୀ କ୍ରିଷ୍ଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଯ଼ୋନ ପ୍ରେସିଡେଣ୍ଟ ପ୍ରଣାବ ଲାଠ ସହିତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ କାର୍ଯ୍ୟକାରିଣୀ କମିଟିର ନୂତନ ପଦାଧିକାରୀ ମାନେ ଶପଥ ପାଠ କରିଥିଲେ । ପ୍ରତି ବର୍ଷ JCI ଝାରସୁଗୁଡ଼ା ସିଟିର କାର୍ଯ୍ୟକାରିଣୀ କମିଟିର ସଦସ୍ୟଙ୍କ ପଦ ପଦବୀ ପରିବର୍ତ୍ତନ ହେଉଥିବା ବେଳେ ୨୦୨୬ ବର୍ଷ ପାଇଁ ଭାଇରାଲ୍ ଝାରସୁଗୁଡ଼ାର ନିର୍ଦ୍ଦେଶକ ରବି କୁମାର ୟାଦବଙ୍କୁ JCI ଝାରସୁଗୁଡ଼ା ସିଟିର ସଭାପତି ଭାବରେ କାର୍ଯ୍ୟଭାର ପ୍ରଦାନ୍ କରାଯାଇଛି । ଏବଂ JCI ଝାରସୁଗୁଡ଼ା ସିଟିର ଏହି ପ୍ରତିଷ୍ଠା ଦିବସ ସମାରୋହରେ ରବି କୁମାର୍ ସଭାପତି ପଦ ଏବଂ ମନିଷ ଜେନ ସେକ୍ରେଟାରୀ ପାଇଁ ଶପଥ ପାଠ କରିଥିଲେ । ସଙ୍ଗଠନ ପକ୍ଷରୁ ମିଳିଥିବା ଏହି କାର୍ଯ୍ୟଭାର ପ୍ରତି ସଚ୍ଚୋଟ ରହିବା ସହ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସବୁ ଚେଷ୍ଟାରତ ରହିବି ବୋଲି ସଭାପତି ରବି କୁମାର କହିଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.