Type Here to Get Search Results !

ପଠନ ପାର୍ବଣ: ଏକ ପଠନ ଅଭିଯାନ,ଝାରସୁଗୁଡା ଉନ୍ମୋଚନ ସମାରୋହ


ଝାରସୁଗୁଡା :-

ପଠନ ଦକ୍ଷତା ବିକାଶ ଓ ପଠନ ସଂସ୍କୃତି ପ୍ରସାରକୁ ଉଦ୍ଦିଶ୍ୟ କରି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆଜି (୦୬.୧୨.୨୦୨୫) ଡି.ଏମ୍.ଏଫ୍. ଅଡିଟୋରିୟମ୍‌ରେ ଜିଲ୍ଲା ସ୍ତରୀୟ “ପଠନ ପାର୍ବଣ” ଅଭିଯାନର ଅଧିକୃତ ଶୁଭାରମ୍ଭ କରାଯାଇଛି। ପ୍ରାଥମିକରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ପଠନ ସମ୍ପୃକ୍ତ କାର୍ଯ୍ୟକ୍ରମ ସଫଳ ରୂପେ ରୂପାୟିତ କରିବା ଏହାର ଲକ୍ଷ୍ୟ।

ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରାଧାକାନ୍ତ ଗଡତିଆଙ୍କ ସଭାପତିତ୍ୱରେ ଆୟୋଜିତ ଉନ୍ମୋଚନ ସଭାରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ପଠନ ଅଭ୍ୟାସକୁ ଛାତ୍ରଛାତ୍ରୀଙ୍କ ଅଭିବ୍ରୁତ୍ତିର ଭିତ୍ତି ଭାବେ ଉଲ୍ଲେଖ କରି ଶିକ୍ଷକମାନେ ଏହାକୁ ବିଦ୍ୟାଳୟ ସ୍ତରରେ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମିଶ ମମତା ପ୍ରଧାନ (ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ), ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ (ଲଖନପୁର), ଶ୍ରୀ ଜୟନାରାୟଣ ପଣ୍ଡା (କିରିମିରା), ଓ ଶ୍ରୀ ପ୍ରକାଶ ସାହୁ (କୋଲାବିରା) ଉପସ୍ଥିତ ଥିଲେ।

ଜିଲ୍ଲାର ୬୪୨ଟି ବିଦ୍ୟାଳୟ ଓ ୫୭,୮୩୫ ଛାତ୍ରଛାତ୍ରୀ ଏହି ପାଠାନ ପାର୍ବଣରୁ ଉପକୃତ ହେବେ। ୦୮ ଡିସେମ୍ବର ୨୦୨୫ ରୁ ୧୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କାহାଣୀ, ଉପନ୍ୟାସ, ଆତ୍ମଜୀବନୀ ସହ ବିଭିନ୍ନ ସାହିତ୍ୟ ପଢ଼ି ସାରାଂଶ ଲେଖିବେ।

ଏହି ସାରାଂଶର ମୂଲ୍ୟାଙ୍କନ ଶିକ୍ଷକମାନେ କରିବେ। ପଠନ ଅଭିରୁଚି ବୃଦ୍ଧି ପାଇଁ ବିଦ୍ୟାଳୟରେ ପୁସ୍ତକମେଳା, ସାହିତ୍ୟ ଉତ୍ସବ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ।

ସମଗ୍ର ଶିକ୍ଷାର ସଂଯୋଜିକା ଶ୍ରୀମତୀ ଖୁଲଣା ସୁନ୍ଦରୀ ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ସୁଧାଂଶୁ ଶେଖର ବାଗ, କୈଲାଶ ମେହେର, ରତିକାନ୍ତ ବେହେରା ଓ ଶିକ୍ଷୟତ୍ରୀ ସରିତା ପ୍ରଧାନ ସହଯୋଗ କରିଥିଲେ।

ଶେଷରେ, ମଞ୍ଚ ପରିଚାଳନା ଶିକ୍ଷକ ବିପିନ ପଣ୍ଡା କରିଥିଲେ। ମୋଟ ୧୩୦ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଅନୁଷ୍ଠାନରେ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.