ରାଇରଙ୍ଗପୁର :-
ରାଇରଙ୍ଗପୁର ମହାବିଦ୍ୟାଳୟରେ ଏକ ଚତୁର୍ଥାଂଶ ଛାତ୍ରଛାତ୍ରୀ ଫେଲ ହୋଇଥିବା ନେଇ ଛାତ୍ରଛାତ୍ରୀ ଅସନ୍ତୋଷ, ମହାବିଦ୍ୟାଳୟ ଫାଟକ ବନ୍ଦ କରି ନିଆଁ ଜଳାଇଲେ ଛାତ୍ରଛାତ୍ରୀ |ଏଭଳି ଏକ ଅସନ୍ତୋଷ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ଠାରେ |ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ +3 ପ୍ରଥମ ବର୍ଷ କଳା,ବାଣିଜ୍ୟ ,ବିଜ୍ଞାନ ବିଭାଗରେ ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି |ତେବେ ନୂତନ ପାଠ୍ଯ ଖସଡା ଅନୁସାରେ ଲାଇବ୍ରେରୀ ଓ ଦୋକାନରେ ମଧ୍ୟ ବହି ମିଳୁ ନଥିବା କହିଛନ୍ତି |ଅପରପକ୍ଷରେ ଛାତ୍ରଛାତ୍ରୀ ମାନେ ବହି ମିଳୁ ନଥିବା ଘଟଣାକୁ କେନ୍ଦ୍ର କରି ସରକାର ଖାତା ଦ୍ବିତୀୟ ଥର ମୂଲ୍ୟାଙ୍କନ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ 40 ନମ୍ବର ବର୍ଦ୍ଧିତ ନମ୍ବର ଦିଆ ଯାଉ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟାରେ ରହିତ ବେହେରା ଓ ଲକ୍ଷ୍ମି ପ୍ରିୟା ସାଓ ପ୍ରମୁଖ ରହିଥିଲେ।

