Type Here to Get Search Results !

ଜିଲ୍ଲାରେ ସୁଲଭ ଗୃହ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଗସ୍ତ

ଝାରସୁଗୁଡ଼ା : -

ସହରାଞ୍ଚଳର LIG (ନିମ୍ନ ଆୟ ବର୍ଗ) ଏବଂ MIG (ମଧ୍ୟମ ଆୟ ବର୍ଗ) ଗୋଷ୍ଠୀର ଆବେଦନକାରୀଙ୍କୁ ସୁଲଭ ଦରରେ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାଣ ଝାରସୁଗୁଡ଼ା ନିକଟସ୍ଥ ନୂଆପଡ଼ାର ବୃନ୍ଦାବନ କଲୋନୀ ଅଞ୍ଚଳକୁ ଗସ୍ତ କରିଛନ୍ତି।

ସୁଲଭ ଗୃହ ପ୍ରକଳ୍ପ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଟି ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ଅଳ୍ପ ଆୟକାରୀ ପରିବାରମାନେ ସହର ମଧ୍ୟରେ ସୁବିଧାରେ ଗୃହ ପାଇପାରିବେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.