ସୁନ୍ଦରଗଡ଼ :
ଏନଟିପିସି ଦର୍ଲିପାଲି ଦ୍ବାରା ବାଳିକା ସଶକ୍ତିକରଣ ମିଶନ ଅଧୀନରେ ୨୦୨୫ ଶୀତକାଳୀନ କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳା ୨୩ ଡିସେମ୍ବର ୨୦୨୫ ରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଆରମ୍ଭ ହୋଇଥିଲା ଏବଂ ୨୪ ଡିସେମ୍ବର ୨୦୨୫ ରେ ଏହାର ଆନୁଷ୍ଠାନିକ ଉଦଘାଟନ ହେବାର କାର୍ଯ୍ୟକ୍ରମ ଅଛି । ଏହି ଆବାସିକ କର୍ମଶାଳା ୨୯ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରକଳ୍ପ କ୍ଷେତ୍ରର ଚାରିପାଖରେ ଅବସ୍ଥିତ ୧୦ ଟି ସରକାରୀ ବିଦ୍ୟାଳୟରୁ ୧୨୦ ଜଣ ମନୋନୀତ ଝିଅଙ୍କର ଏନଟିପିସି ଦର୍ଲିପାଲିର ନିର୍ମାୟା ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପଞ୍ଜିକରଣ କରାଯାଇଥିଲା। କର୍ମଶାଳା ସମୟରେ ଅଂଶ ଗ୍ରହଣକାରୀ ଝିଅମାନେ ଶିକ୍ଷାଗତ ସମୃଦ୍ଧି, ଦକ୍ଷତା ବିକାଶ, ଜୀବନ କୌଶଳ ଏବଂ ବ୍ୟକ୍ତିତ୍ୱ ବିକାଶ ସହିତ ଜଡିତ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିବେ। ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟକ୍ରମର ଲକ୍ଷ୍ୟ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଝିଅମାନଙ୍କୁ ସଶକ୍ତ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା।

