Type Here to Get Search Results !

ଏନ୍‌ଟିପିସି ଦର୍ଲିପାଲି ପ୍ରକଳ୍ପ ବିସ୍ତାର ପାଇଁ ଗ୍ରାମ ସଭା; ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ


ଦର୍ଲିପାଲି :

 ଏନ୍‌ଟିପିସି ଦର୍ଲିପାଲିର ଅତିରିକ୍ତ ଇଉନିଟ୍‌ (1x800 MW) ନିର୍ମାଣ ପାଇଁ ଆବଶ୍ୟକ ଭୂମି ଅଧିଗ୍ରହଣ ପ୍ରକ୍ରିୟାର ଅଂଶ ଭାବେ ଆଜି ଦର୍ଲିପାଲି ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା ଆୟୋଜିତ ହେଲା। ଏହି ସଭା PESA ଆଇନ୍‌ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଅନୁସୂଚିତ ଅଞ୍ଚଳ ହେବାରୁ ଆବଶ୍ୟକ ପ୍ରକ୍ରିୟା ଭାବେ କରାଯାଇଥିଲା।

ସଭାର ଅଧ୍ୟକ୍ଷତା କରିଥିଲେ ବ୍ଲକ ଡେଭଲପମେଣ୍ଟ ଅଫିସର ଶ୍ରୀମତୀ ଆତିସୀ ପରିଡ଼ା (ଲେଫ୍ରିପାଡ଼ା) ଏବଂ ଦର୍ଲିପାଲି ସରପଞ୍ଚ ଶ୍ରୀମତୀ ନଳିନୀ କୁମ୍ରା ସଭାରେ ଭୂମି ଅଧିଗ୍ରହଣ ବିଭାଗ, ଏନ୍‌ଟିପିସି ପ୍ରତିନିଧିମାନେ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ଅଧିକାରୀମାନେ ପ୍ରସ୍ତାବିତ ପ୍ରକଳ୍ପ, ଆସନ୍ତା ଭୂମି ଅଧିଗ୍ରହଣ ପ୍ରକ୍ରିୟା ଏବଂ ପରିବେଶୀୟ ପ୍ରଭାବ ବିଷୟରେ ବିସ୍ତୃତ ତଥ୍ୟ ଦେଲେ। ଗ୍ରାମବାସୀମାନେ ସଭାରେ ସକ୍ରିୟ ଭାଗ ନେଇ CSR କାର୍ଯ୍ୟକ୍ରମ ଅଧିକ ବଢ଼ାଇବା ପାଇଁ ଦାବି କଲେ।

ଏନ୍‌ଟିପିସି ପ୍ରତିନିଧିମାନେ ଦର୍ଲିପାଲି ଏବଂ ପାଶ୍ୱବର୍ତୀ ଗ୍ରାମରେ ପୂର୍ବରୁ କରାଯାଇଥିବା ବିକାଶମୂଳକ କାମ, ସମାଜିକ ସୁରକ୍ଷା କାର୍ଯ୍ୟ ଏବଂ ଆସନ୍ତା ଦିନରେ ଏହାକୁ ଆହୁରି ଜୋରଦାର କରିବା ବିଷୟରେ ପ୍ରସ୍ତାବ ଦେଇଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.