Type Here to Get Search Results !

କଳିଙ୍ଗାଘାଟିରେ ବିପଦ – ବସ୍ ଓଲଟିଲା, ଜଣେ ମୃତ, ୧୦ରୁ ଅଧିକ ଆହତ

 


ଗଞ୍ଜାମ :-

କଳିଙ୍ଗାଘାଟିରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି। ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଗାଡ଼ିଟି ଅନୁମତି ବିନା କଳିଙ୍ଗାଘାଟି ମାର୍ଗରେ ପ୍ରବେଶ କରିଥିଲା ବୋଲି ସୂଚନା ମିଳିଛି। ଘାଟିର କୁଣ୍ଡଳୀୟ ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍ ଟି ଓଲଟିଯାଇଥିବାରୁ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।



ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ମିଶି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାଙ୍ଗିବାଡି ଓ ବେରହମ୍ପୁର ହସ୍ପିଟାଲକୁ ପଠାଇଛନ୍ତି। ମୃତକଙ୍କ ପରିଚୟ ହେବାକୁ ବାକି ରହିଛି। ଘଟଣାସ୍ଥଳକୁ ଗୋପାଳପୁର ପୋଲିସ ଓ ଦୁର୍ଘଟଣା ଗସ୍ତ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, କଳିଙ୍ଗାଘାଟି ରାସ୍ତା ଅତ୍ୟନ୍ତ ଜଟିଳ ଓ ବିପଦସଂକୁଳ ହେଲେ ସୁଦ୍ଧା ଅନେକ ବସ୍ ଅନୁମତି ବିନା ଏହି ମାର୍ଗରେ ଚଳାଚଳ କରୁଛି। ଏହି ଦୁର୍ଘଟଣା ଫଳରେ ପୁନିଥରେ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି ଯେ, ଘାଟି ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କାହିଁକି ଜୋରଦାର ହେଉନାହିଁ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.