ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ପୋଲିସ ଦ୍ୱାରା “ଅପରେସନ ନେତ୍ର” ଅଭିଯାନରେ ଅବୈଧ ମଦ ପଚ କୁ ଜବତ କରି ବଡ଼ ସଫଳତା ମିଳିଛି। ଶନିବାର ସନ୍ଧ୍ୟାରେ ଗୋପନ ସୂଚନା ଆଧାରରେ ରେଙ୍ଗାଲି ପୋଲିସ ଏକ ମାରୁତି EECO ଗାଡ଼ିକୁ ଅଟକ କରି ତା’ରୁ ଅଧିକରେ ୧୦୦୦ ଲିଟର ଅବୈଧ ଲିକର ଜବତ କରିଛି। ଏହି ଗାଡ଼ିଟି ବରଗଡ଼ ଦିଗରୁ ଆସୁଥିଲା ବୋଲି ଜଣାପଡ଼ିଛି।
ଏହି ଅଭିଯାନରେ ଗ୍ୟାଙ୍ଗ ମୁଖ୍ୟ ବିକ୍ରମ ଦେହେରି ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ବାଳିଆ ମେହର, କୁଳମଣି ମଲିକ ଓ ରାହୁଲ ନାୟକ। ଅଭିଯାନ ସମୟରେ ଏକ ଲାଲ୍ ରଙ୍ଗର ମାରୁତି EECO (ନମ୍ବର CG04HN9358), ୧୨୫ ଲିଟର ମଦ ଭରା ୧୩ ପ୍ଲାଷ୍ଟିକ କ୍ୟାନ, ଦୁଇ ଝୁଡ଼ି ପୋଚ, ଏକ ସାମସଙ୍ଗ ମୋବାଇଲ ଫୋନ ଜବତ କରାଯାଇଛି।
ଅନୁମାନ ଅନୁସାରେ ଜବତ ମଦ ଓ ଉପକରଣର ମୂଲ୍ୟ ୨.୫ ଲକ୍ଷ ଟଙ୍କା ରୁ ଅଧିକ। ପୋଲିସ ଅଭିଯୁକ୍ତ ବିକ୍ରମ ଦେହେରିଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅବୈଧ ମଦ ମାମଲା ରହିଥିବା କଥା ଜଣାଇଛି। ରେଙ୍ଗାଲି ପୋଲିସ ଅଞ୍ଚଳରେ ଅବୈଧ ମଦ ପାଚାର ରୋକିବା ପାଇଁ ତୀବ୍ର ଅଭିଯାନ ଜାରି ରଖିଛି।

