ଭୁବନେଶ୍ୱର :-
ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁବିଧାର ସୁଚନା ଆସିଛି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁର କରିଛି, ଯାହାଅନୁସାରେ “ମୁଖ୍ୟମନ୍ତ୍ରୀ ବସ୍ ସେବା (MBS)” ଯୋଜନାରେ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରାର ସୁବିଧା ମିଳିବ।
ଅଗଷ୍ଟ 21ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ହାଇଲେଭେଲ ମିଟିଂ ରେ ଏହି ସମ୍ପର୍କିତ ସିଦ୍ଧାନ୍ତ ହୋଇଥିଲା। ନୂତନ ଯୋଜନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ସ୍କୁଲ ଆଇଡି କାର୍ଡ ଦେଖାଇ କିମ୍ବା ସ୍କୁଲ ୟୁନିଫର୍ମ ପିନ୍ଧି, ବସ୍ ଯାତ୍ରା ମାଗଣାରେ କରିପାରିବେ।
ଏହି ପାଇଁ ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) କୁ ବର୍ତ୍ତମାନରେ ଚାଲୁଥିବା ବସ୍ ରୁଟ୍ ଏବଂ ସମୟସୂଚୀକୁ ପୁନର୍ବିଚାର କରିବାକୁ ନିଦେଶ ଦିଆଯାଇଛି, ଯେତେ ସମ୍ଭବ ସବୁ ସ୍କୁଲକୁ ସେଥିରେ ଶାମିଲ କରାଯାଇପାରିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ବସ୍ ରୁଟ୍ ସମ୍ପର୍କରେ ପ୍ରୟୋଜନୀୟ ସୂଚନା ଯୋଗାଇବାକୁ କୁହାଯାଇଛି।ସେଥିପାଇଁ ଆବଶ୍ୟକ ବଜେଟ୍ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ।
ଏହି ନୂତନ ପଦକ୍ଷେପ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

