Type Here to Get Search Results !

ବିକଶିତ କୃଷି ସଂକଳ୍ପ ଅଭିଯାନ


ସାକ୍ଷୀଗୋପାଳ : - 

ବିକଶିତ କୃଷି ସଂକଳ୍ପ ଅଭିଯାନ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ସୁଆର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ, ପୁରୀ ଆନକୁଲ୍ୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଭାଗ ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ,ଉଦ୍ୟାନ ବିଭାଗ ବୈଜ୍ଞାନିକ ଡକ୍ଟର ବିଷ୍ଣୁପଦ ଗିରି,କୃଷି ବିକାଶ ଓ କୃଷି କଲ୍ୟାଣ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପlତ କରିବା ସହ ଅପ ସିଜିନରେ ପନିପରିବା ଚାଷ, ଜିଆ ଖତ ଉତ୍ପାଦନ, ବାଡି ବଗିଚାରେ କୁକୁଡ଼ା ଓ ବତକ ପାଳନ, ଉନ୍ନତ ପ୍ରଣାଳୀରେ ମାଛ ଚାଷ, ଓ କୁଣ୍ଡରେ ରଙ୍ଗୀନ ମାଛ ଚାଷ ସମ୍ପକରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସିଫା ଭୁବନେଶ୍ୱରରୁ ଆସିଥିବା ଟି ଶିବରାମ କୃଷ୍ଣ ଓ ସି ଏମ୍ ଏଫ ଆର ଆଇ ରୁ ଆସିଥିବା ସ୍ଵlତି ପ୍ରିୟଙ୍କା ସେନ୍ ଦାସ ମାଛ ଚାଷ ପଧ୍ୟତିରେ କିପରି ଭାବରେ ଚାଷୀ ମାନେ ଅଧିକ ଲାଭନିତ ହେବେ ସେ ଦିଗରେ ପରlମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ କୃଷି ଅଧିକାରୀ ଶ୍ରୀମତୀ ଶାନ୍ତିଲତା ବେହେରା ଧନିଚା ଚାଷ , ବିହନ ବିଶୋଧନ, ଖରଟିଆ ଚାଷ କରିବା ପାଇଁ ଚାଷୀ ଭାଈ ଓ ଭଉଣୀ ମାନଙ୍କୁ ପରା ମାସ ଦେବା ସହିତ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଜନହିତକାରୀ ପ୍ରକଲ୍ପ ର ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ୱlର୍ଡମେମ୍ବର,ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ମାନ୍ୟବନ୍ୟ ବ୍ୟକ୍ତି ଯୋଗଦେଇ ଚାଷୀ ଭାଇ ଭଉଣୀ ମାନଙ୍କ ବହୁ ସମସ୍ୟା ଉପରେ ଆଲୋଚନା କରିବା ସହିତ କାଯ୍ୟକ୍ରମରେ ଯୋଗଦାନ ଦେଇଥିଲେ।ସତ୍ୟବାଦୀ ରୁ ରାଜକିଶୋର ସେନାପତି ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.