ତିର୍ତ୍ତୋଲ :-
ସରକାର ବଦଳିବା ସହିତ କଣ ସରକାରୀ ଶିକ୍ଷାନୀତି ବଦଳି ଗଲା ? ଏରସମା ବ୍ଲକରୁ ତିର୍ତ୍ତୋଲ ବ୍ଲକ କୁ ଡେପୁଟେସନ ଶିକ୍ଷକ ଭାବେ ଆସିଥିବା ବ୍ୟକ୍ତି ସିଆରସିସି ଭାବେ ନିଯୁକ୍ତି ପାଇବା ତିର୍ତ୍ତୋଲ ବାସୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଛି !ବହୁ ଦିନରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଅଫିସ ବିଭିନ୍ନ ବେଆଇନ ଓ ଅନିୟମିତତା କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପଦାକୁ ଆସିଛି ସିଆରସିସି ନିଯୁକ୍ତିର ଗୁପ୍ତ କେଳେଙ୍କାରୀ !ଯାହା ତିର୍ତ୍ତୋଲ ଶିକ୍ଷାମଣ୍ଡଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି !ଖବର ଅନୁସାରେ ଏରସମା ବ୍ଲକ ଅଧୀନରେ ନିଯୁକ୍ତ ଶିକ୍ଷକ ଚିତ୍ତରଞ୍ଜନ ଦାସ ଏରସମାରୁ ନିଜର ବେତନ ପ୍ରାପ୍ତ ହେଇ ଆସୁଥିବା ବେଳେ ତାଙ୍କୁ ତିର୍ତ୍ତୋଲ ଏମଏସ ଏକାଡେମୀ କୁ ଡେପୁଟେସନ ରେ ରଖାଯାଇଥିଲା !ଏମଏସ ଏକାଡେମୀରୁ ପାରୁନାପୋସଲ ବିଦ୍ୟାଳୟ କୁ ଡେପୁଟେସନ ରେ ଆସିଲେ ! ଏହି ଅବସରରେ ମହାଶୟ ଙ୍କୁ ବିଳାସପୁର ନନ୍ଦକିଶୋର ନୋଡାଲ କ୍ଲଷ୍ଟର ରେ ଇନଚାର୍ଜ ସିଆରସିସି ନିଯୁକ୍ତି ହେଲେ କିପରି ?ଚର୍ଚ୍ଚାହେଉଛି ଯେ ଏହିପରି ବେଆଇନ ନିଯୁକ୍ତି ପାଇଁ ହାତ ସଫେଇ ର ଜବରଦସ୍ତ କାରବାର କରାଯାଇଛି !ଯାହାଫଳରେ କେବଳ ଜଣେ ନୁହେଁ ଅନେକ ଇନଚାର୍ଜ ସିଆରସିସି ରହିଛନ୍ତି ଯେଉଁ ମାନେ ଉପରିସ୍ଥ କର୍ମଚାରୀଙ୍କୁ ଲାଞ୍ଚ ଦେଇ ନିଯୁକ୍ତିକୁ କ୍ରୟ କରିଛନ୍ତି !ଏହି ଲାଞ୍ଚ ଅର୍ଥ ନେଇଛି କିଏ, କାହାଦ୍ୱାରା ନିଆ ଯାଇଛି ଓ କିଏ କେତେ କେତେ ଲେଖାଏଁ ଅର୍ଥ ଲାଞ୍ଚ ଦେଇଛନ୍ତି ତାହାର ସତ୍ୟାସତ୍ୟ ଲୋକଲୋଚନ କୁ ଅଣାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ଜୋର ଧରିଲାଣି !ଯେବେ ଶିକ୍ଷାବିଭାଗ ଦ୍ୱାରା ପ୍ରଶାସନିକ ତଦନ୍ତ ହୁଅନ୍ତା ତେବେ ଗୁପ୍ତ କାରବାରର ପର୍ଦାଫାଶ ହୋଇପାରନ୍ତା !ତିର୍ତ୍ତୋଲ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଅସଜଡ଼ା କୁସ୍ଚିତ ଶିକ୍ଷା ରାଜନୀତି ସଜାଡି ହେଇଯାଆନ୍ତା !