Type Here to Get Search Results !

ନବମ ଓ ଦଶମ ଛାତ୍ରଛାତ୍ରୀ ଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

 


ଭୁବନେଶ୍ୱର :-

ଆସନ୍ତା ଶିକ୍ଷା ବର୍ଷ ଠାରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ପିଏମ ପୋଷଣ ମାଧ୍ୟମରେ ପ୍ରଥମେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ବନ୍ଦୋବସ୍ତ ସରକାରଙ୍କ ପକ୍ଷରୁ ପୂର୍ବରୁ ଥିବା ବେଳେ ବର୍ତମାନ ନବମ ଓ ଦଶମ ଶ୍ରେଣୀ ପାଇଁ ମଧ୍ୟ ଏହାକୁ ଲାଗୁ କରାଯିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରା ଯାଇଛି। ଏଥିରେ ନବମ ଓ ଦଶମ ଶ୍ରେଣୀପିଲାଙ୍କୁ ମଧ୍ୟ ଏହି ଯୋଜନା ରେ ସାମିଲ କରାଯାଇଛି। ଏହାସହ ସାପ୍ତାହିକ ୩ ଟି ଅଣ୍ଡା ପ୍ରତି ପିଲାଙ୍କ ପାଇଁ ଧର୍ଯ୍ୟ କରାଯାଇଥିବା ଚିଠିରେ ଉଲ୍ଲେଖ କରା ଯାଇଛି। ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୩୭୨ କୋଟି ଟଙ୍କା ବୋଝ ପଡିବ। ତେବେ ପ୍ରଥମେ ଏହି ଯୋଜନା କେବଳ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଲାଗୁ ରହିଥିବା ବେଳେ ଏବେ ଏହାର ଲାଭ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମଧ୍ୟ ଉଠାଇ ପାରିବେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.