ଡେଲାଙ୍ଗ ବ୍ଳକ ଅଧକ୍ଷା ପଦ ସହିତ ହରିରାଜପୁର ପୁର ପଞ୍ଚାୟତ ସମିତି ସଭ୍ୟା ଅସିଦ୍ଧ ଘୋଷଣା କଲେ କୋର୍ଟ
ଡେଲାଙ୍ଗ :-
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧକ୍ଷା ତଥା ହରିରାଜପୁର ପଞ୍ଚାୟତର ସମିତି ସଭ୍ୟା ବାସନ୍ତୀ ସାହୁଙ୍କ ପଦବୀକୁ ଗୁରୁବାର ଦିନ ଅସିଦ୍ଧ ଘୋଷଣା କଲେ ପିପିଲି ସହକାରୀ ଦୌରା ଜଜ ତଥା ସିଭିଲି ଜଜ ସିନିୟର ଡିଭିଜନ ବିଶେଷ କୁମାର ସାହୁ l ନୂତନ ଭାବରେ ଡେଲାଙ୍ଗ ବ୍ଳକ ଅଧକ୍ଷା ଭାବେ ଯୋଗଦେବେ ରମାଦେବୀ ରାଉତରାୟ l ବାସନ୍ତୀଙ୍କ ୩ ଗୋଟି ସନ୍ତାନ ଥିବା ମାନ୍ୟବର କୋର୍ଟରେ ପ୍ରମାଣିତ ହେବାରେ ମାନ୍ୟବର କୋର୍ଟ ସମସ୍ତ ସାକ୍ଷ ପ୍ରମାଣଙ୍କୁ ଭିର୍ତ୍ତି କରି ଏହି ଆଦେଶ ଦେଇଛନ୍ତି l ବାସନ୍ତୀଙ୍କ ୩ ଗୋଟି ସନ୍ତାନ ଥିବା ନେଇ ରମାଦେବୀ 2022 ମସିହା ମାର୍ଚ୍ଚ 25 ତାରିଖରେ କୋର୍ଟରେ ଦ୍ୱାରସ୍ଥ ହୋଇ ଥିଲେ l