ପୁରୀ: -
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା। ସେପ୍ଟେମ୍ବର ୧ ତାରିଖରୁ ଅର୍ଥାତ୍ ଆଜିଠାରୁ ଆନନ୍ଦବଜାରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦବଜାର ଓ ମନ୍ଦିର ବେଢ଼େରେ ୨୦ଜଣଙ୍କୁ ନିଯୁକ୍ତି କରାଯାଇଛି।
୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ।
ସେହିପରି ଆଜିଠାରୁ ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ। ଅଣ ସେବାୟତ ବିକ୍ରି କରିପାରିବେନି ମହାପ୍ରସାଦ। ଆନନ୍ଦ ବଜାର ବ୍ୟତିତ ଶ୍ରୀମନ୍ଦିରର ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ।
ଏଥିସହ ଶ୍ରୀମନ୍ଦିର ବାହାରେ ତିଆରି ହୋଇ ବିକ୍ରି ହେଉଥିବା ଖାଦ୍ୟ ଉପରେ ଲାଗିବ ରୋକ । ଆନନ୍ଦ ବଜାରରେ କିପରି ଶୃଙ୍ଖଳା ବଜାୟ ରଖି ହେବ, ସେ ନେଇ ମନ୍ଦିର ପ୍ରଶାସନର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

.jpeg)