Type Here to Get Search Results !

୧୫ ବର୍ଷ ପରେ ବି ଚଲାଇ ପାରିବେ କାର, କାର ମାଲିକଙ୍କୁ ଆସ୍ୱସ୍ଥି

 


ସ୍କ୍ରାପ୍ ନୀତିରେ ପରିର୍ବତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ଯଦି ଏହି ନୀତିରେ ପରିବର୍ତ୍ତନ ହୁଏ ତେବେ ୧୫ବର୍ଷ ପରେ ବି ଗାଡ଼ିକୁ ରାସ୍ତାରୁ ହଟାଇବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ବୟସ ଆଧାରରେ ଗାଡିଗୁଡିକ ରାସ୍ତାରୁ ହଟାଯାଉଛି । ଏହାକୁ ନେଇ ଅନେକ କାର ମାଲିକ ବିରୋଧ କରୁଛନ୍ତି । ଏନେଇ ର୍ବତ୍ତମାନ ଏହି ନୀତିରେ ପରିବର୍ତ୍ତନ ଆଣିବାକୁ ଯୋଜନା ଆରମ୍ଭ ହୋଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଅଟୋମୋବାଇଲ ଉତ୍ପାଦନକାରୀଙ୍କ SIAMର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ପ୍ରଦୂଷଣ ପରୀକ୍ଷା କାର୍ଯ୍ୟକ୍ରମକୁ 'ବିଶ୍ୱସନୀୟ' କରିବାରେ ସରକାରଙ୍କୁ ସାହାଯ୍ୟ କରିବାକୁ କାର୍‌ କମ୍ପାନୀଗୁଡ଼ିକୁ କହିଛନ୍ତି । ଜୈନ କହିଛନ୍ତି "୧୫ ବର୍ଷ ପୁରୁଣା ଗାଡିକୁ ସ୍କ୍ରାପ୍ କରିବା ପାଇଁ ପଲିସି ରହିଛି । କିନ୍ତୁ ଜଣେ ବ୍ୟକ୍ତି ଯଦି ନିଜ କାରକୁ ଠିକ ଭାବେ ଯତ୍ନ ନେଇ ରଖିଛନ୍ତି, ତେବେ କାହିଁକି ସେମାନଙ୍କ ଗାଡିକୁ ରାସ୍ତାରୁ ହଟାଯିବ ?" ଆପଣ ଏହାକୁ ବାଧ୍ୟତାମୂଳକ କରିପାରିବେ ନାହିଁ। ସେ କହିଛନ୍ତି ଯେ ଏଭଳି ପରିସ୍ଥିତି ଉପରେ ବିଚାର କରାଯିବା ଉଚିତ । କେବଳ ପ୍ରଦୂଷଣ ଦୃଷ୍ଟିରୁ କାର ରାସ୍ତାରେ ଚାଲିପାରିବ କି ନାହିଁ ତାହା ନିର୍ଣ୍ଣୟ କରାଯିବ । ଜୈନ କହିଛନ୍ତି ସରକାର ଏଥିପାଇଁ ସ୍କ୍ରାପ୍‌ ନୀତି ଉପରେ କାମ କରୁଛନ୍ତି । ଗାଡ଼ି ଗୁଡ଼ିକର ବୟସ ନଦେଖି ଏହାର ପ୍ରଦୂଷଣର ସୀମା ଦେଖାଯିବା ଉଚିତ ବୋଲି କହିଛନ୍ତି । ଅନ୍ୟପଟେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ଭରଷା ଯୋଗ୍ୟ ହେବା ଉଚିତ ବୋଲି କହିଛନ୍ତି । ପ୍ରଦୂଷଣ ପରୀକ୍ଷା ଠିକ୍‌ ଭାବେ ହେବା ନିହାତି ଆବଶ୍ୟକ । ପ୍ରଦୂଷଣ ସାର୍ଟିଫିକେଟରେ ଯେମିତି ହେରଫେର ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ 



Post a Comment

0 Comments
* Please Don't Spam Here. All the Comments are Reviewed by Admin.