Type Here to Get Search Results !

ପ୍ରେସ ଷ୍ଟିକର ତଳେ ବେଆଇନ କାମ


ଭୁବନେଶ୍ୱର : -

ଗଣମାଧ୍ୟମ  ର ଏବେ ସାହାରା  ନେଉଛନ୍ତି କିଛି ଅପରାଧୀ l  ଗାଡ଼ିରେ ପ୍ରେସ ଷ୍ଟିକର ଲଗେଇ କରୁଛନ୍ତି ଅପରାଧିକ କାମ  ବା ବେଆଇନ କାମ l ଆଜ୍ଞା ହଁ, ଏବେ ଅପରାଧୀଙ୍କ ପାଇଁ ନୂଆ ଟେକନିକ ହେଉଛି ଗାଡି ଆଗରେ ପ୍ରେସ ଲେଖିଦେଲେ ଅନାୟାସ ରେ କିଛି ବି ଅପରାଧିକ କାମ କରି ସେଠୁ ଫେରାର ମାରିବା l ବିଶେଷ କରି ଆଜି ଡିଜିଟାଲ ମିଡ଼ିଆ ର ଅଭ୍ୟୁଦୟ ପରେ ଅନେକ ଲାଭଖୋର ବ୍ୟକ୍ତି  ୟୁଟୁବ ଓ ଫେସବୁକ ରେ ଗୋଟେ ଗୋଟେ ଚାନେଲ ଖୋଲି ବିନା କୌଣସି ରେଜିଷ୍ଟ୍ରେସନ ରେ ନିଜକୁ ପ୍ରେସ କହି ଅନେକ ଅପରାଧିକ କାର୍ଯ୍ୟ କରୁଥିବା ପୂର୍ବରୁ ଦେଖା ଯାଇଥିଲା l ଏନେଇ ସୂଚନ ଓ ପ୍ରସାରଣ ମନ୍ତ୍ରାଳୟ ଡିଜିଟାଲ ଚ୍ୟାନେଲ ଉପରେ ଅଙ୍କୁଶ ପାଇଁ କିଛି ରେଜିଷ୍ଟ୍ରେସନ ପ୍ରଣାଳୀ ରଖିଥିଲେ ମଧ୍ୟ ତାହା ଏଯାଏ ଅନେକେ ପାଳନ କରୁ ନାହାନ୍ତି l ଅନ୍ୟ ପକ୍ଷରେ ପ୍ରେସ ଲେଖା ଗାଡି ଗୁଡିକ ଉପରେ ଆଇନ ସମସ୍ୟା ହେଉନଥିବା ଦେଖି କିଛି ଅପରାଧୀ ମଧ୍ୟ ନିଜ ଦୁଇ ଓ ଚାରି ଚକିଆ ଯାନ ଆଗରେ ପ୍ରେସ ଲେଖି ଯିବା ଆସିବା କରୁଥିବା ସହ ଗଂଜେଇ, ମଦ, ଚାଲାଣ ଭଳି ଅନେକ ଖବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସମଗ୍ର ରାଜ୍ୟରେ l ଏହାସହ କିଡନାପ, ହତ୍ୟା ଭଳି ମଧ୍ୟ ଘଟଣା ବୃଦ୍ଧି ପାଇବାରେ ଲାଗିଛି l

ଅନ୍ୟ ପକ୍ଷରେ ରାଜ୍ୟ I&PR  ବିଭାଗ ର ଖାମଖିଆଲି ନୀତି, ଅଧିକାଂଶ ଜିଲ୍ଲା ଗୁଡିକରେ DIPR ଅଫିସରଙ୍କ ଡିଜିଟାଲ ଚ୍ୟାନେଲ ସାମ୍ବାଦିକ ଙ୍କ ପତ୍ର ଗ୍ରହଣ ନ କରିବା ଦ୍ୱାରା ଏଭଳି ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି l ସେପଟେ ରାଜ୍ୟ ସରକାର ଙ୍କ ଉଦାସୀନତା ମଧ୍ୟ ଏଥିପାଇଁ ଦାୟୀ ରହିଛି l ଯେଉଁଠି କେନ୍ଦ୍ର ସରକାର ୨୦୨୧ ଠାରୁ ଡିଜିଟାଲ ମିଡ଼ିଆ କୁ ଗ୍ରହଣ କରି ସାରିଛନ୍ତି ସେଠି ଓଡିଶା ରାଜ୍ୟ ସରକାର ଏକ ପ୍ରକାରର ନିଦାବିଷ୍ଣୁ ପାଲଟିବା କାରଣରୁ ଅନେକ ଅପରାଧୀ ନିଜକୁ ପ୍ରେସ ର କହି ନିଜ ଅପରାଧିକ ମାମଲା ସଂଗଠିତ କରୁଛନ୍ତି l



Post a Comment

0 Comments
* Please Don't Spam Here. All the Comments are Reviewed by Admin.