Type Here to Get Search Results !

ନୂଆଁଖାଇ ଭେଟଘାଟ ଫୁଟବଲ୍ : ସନ୍ତୋଷି କ୍ଲବ ରାମପୁର ବିଜୟୀ

 


ବ୍ରଜରାଜନଗର :- 

ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କଟାପାଲି ଖେଳ ପଡିଆରେ ଚାଲିଥିବା ଗଣପତି କ୍ଲବ୍ ଦ୍ଵାରା ୨୯ତମ ମା' ସମଲେଇ ନୂଆଁଖାଇ ଭେଟଘାଟ ଫୁଟବଲ୍ ପ୍ରତିଯୋଗିତାର ଆଜି ପ୍ରଥମ କ୍ୱାଟର ଫାଇନାଲ  ଦିବସ ଅନୁଷ୍ଠିତ ହୋଇଯାଇଛି । ଗଣପତି କ୍ଲବ୍ ର ସଭାପତି ଈଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କ୍ୱାଟର ଫାଇନାଲ ଦିନରେ ମୁଖ୍ୟ ଅତିଥି ଲଖନପୁର ସରପଞ୍ଚ ଆରତୀ ପ୍ରଧାନ,ଚାନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର,ସାନଘୁମୁଡା ପୂର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଇ,ରାଜପୁର ପୂର୍ବତନ ସମିତି ସଭ୍ୟ ଗଣେଶ ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର କ୍ୱାଟର ଫାଇନାଲ ସନ୍ତୋଷି କ୍ଲବ ରାମପୁର ଓ ଜେ.ଇ. ଏକାଦଶ ସୁନାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଖେଳରେ ସନ୍ତୋଷି କ୍ଲବ ରାମପୁର ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା । ଖେଳର ଧାରା ବିବରଣୀ ଅଶୋକ ବେହେରା ପ୍ରଦାନ କରିଥିଲେ । ଖେଳ ପରିଚାଳନା ସୁଧାଂଶୁ ପ୍ରଧାନ,ଅନୋଚ ଡେଗି,ସଂଜିତ୍ ବାରିକ,ଅରୁଣ ମିର୍ଦ୍ଧା ଓ ସୁଶାନ୍ତ ପଟେଲ ମ୍ୟାଚ କମିଶନର ଥିଲେ । ୨ ତାରିଖ ସୋମବାର ଦିନ ଦ୍ଵିତୀୟ କ୍ୱାଟର ଫାଇନାଲ ଗଣପତି କ୍ଲବ ରାଜପୁର କଟାପାଲି ସହିତ ଅର୍ମାନ ଏକାଦଶ ସୁନ୍ଦରଗଡ଼ ମଧ୍ୟରେ ଖେଳାଯିବ । ଗଣପତି କ୍ଲବର ସଦସ୍ୟ ପଶ୍ନ ପ୍ରଧାନ,ଭାଗରଥି ପ୍ରଧାନ,ଦୁର୍ଗାପ୍ରସାଦ ନାଏକ,ବିଜୟ ଭୋଇ,ଟାରଜନ ବିଶ୍ଵାଳ,ନରେଶ ପ୍ରଧାନ,ସରୋଜ ବାରିକ,ନିମେଇ ସାହୁ,ଦୀପକ ଭୋଇ,କୁଞ୍ଜବନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ବ୍ରଜରାଜନଗର ପୋଲିସ ମଧ୍ୟ ମୁତୟନ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।ଝାରସୁଗୁଡା ଜିଲ୍ଳା ବ୍ରଜରାଜନଗର ରୁ ଧନଞ୍ଜୟ ବଢାଇ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.