Type Here to Get Search Results !

ଦାନୀପାଲି ହତ୍ୟା ମାମଲା, ୩ ନାବାଳକ ସମେତ ଧରାପଡ଼ିଲେ ୬ ଅଭିଯୁକ୍ତ

 

ମ୍ବଲପୁର:-

ସ୍ଥାନୀୟ ଦାନୀପାଲି ଅଞ୍ଚଳରେ ଗୋପାଲମାଲକୁ ଯାଉଥିବା ପୋଲ ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ମଙ୍ଗଳବାର ରାତ୍ରିରେ ଅମିତ ସିଂ ନାମକ ନାବାଳକକୁ ହତ୍ୟା ମାମଲାରେ ପୁଲିସ ୬ ଅଭିଯୁକ୍ତଙ୍କୁ ଧରିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂଚନାନୁଯାୟୀ, ଗତ ୧୩ ତାରିଖ ରାତ୍ରି ପ୍ରାୟ ସାଢ଼େ ୭ଟା ସମୟରେ ସ୍ଥାନୀୟ ବିଶ୍ୱ କାର୍ଯ୍ୟାଳୟ ରାସ୍ତାରେ ଠାକୁରପଡା ନିବାସୀ ଅମିତ ସିଂ ନିଜ ସାଙ୍ଗମାନଙ୍କ ସହିତ ଛିଡ଼ା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଅମିତଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଯୁକ୍ତିତର୍କ ବଢ଼ିବାରୁ ଅଭିଯୁକ୍ତମାନେ ଏକ ଧାରୁଆ ଛୁରିରେ ଅମିତଙ୍କ ଛାତି ଓ ବେକକୁ ଆକ୍ରମଣ କରିଥିଲେ। ଏହା ସହିତ ଅମିତଙ୍କ ସାଥୀରେ ଥିବା ରଞ୍ଜନ ନାୟକଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରବଳ ମାଡ ମାରି ଫେରାର ହୋଇଯାଇଥିଲେ। ଅମିତ ଓ ରଞ୍ଜନଙ୍କୁ ଗୁରୁତର ଅବସ୍ଥାନରେ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଅଇଁଠାପାଲି ଥାନାରେ ଏକ ମାମଲା ହୋଇଥିଲା। ପୁଲିସ ବୈଷୟିକ ଅନୁସନ୍ଧାନ ଜରିଆରେ ଅଭିଯୁକ୍ତମାନେ ଲୁଚିଥିବା ସ୍ଥାନକୁ ଚିହ୍ନଟ କରିଥିଲା। ଏହା ପରେ ସ୍ପେଶାଲ ସ୍କ୍ୱାଡ୍‌ ଟିମ, ଅଇଁଠାପାଲି, ଧନୁପାଲି, ସଦର, କ୍ଷେତରାଜପୁର, ବରେଇପାଲି ଥାନାର ଅଧିକାରୀ ଓ କର୍ମଚାରୀମାନେ ଅଭିଯୁକ୍ତମାନେ ଲୁଚି ଥିବା ଏକ ସନ୍ତସନ୍ତିଆ (ପଙ୍କୁଆ) ସ୍ଥାନକୁ ଘେରି ଯାଇ ସେମାନଙ୍କୁ ଧରିଥିଲେ। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଦାନୀପାଲି ନିବାସୀ ରାହୁଲ ମୁଣ୍ଡା (୨୪), ବିଜୁ ମୁଣ୍ଡା (୨୪) ଓ ରାମଗଡପଡା ଦାନୀପାଲି ନିବାସୀ ପ୍ରଦୀପ ଜାଲ (୨୦)। ଅନ୍ୟ ୩ ନାବାଳକ ହତ୍ୟାକୁ ସ୍ୱୀକାର କରିଥିବା ବେଳେ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.