ନୂଆଦିଲ୍ଲୀ :-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇ-ପ୍ରୋଫାଇଲ୍ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯାଇଥିଲେ । ୩ ଦିନିଆ ଗସ୍ତ ସାରି ବିଦେଶରୁ ଭାରତକୁ ଫେରିଥିଲେ । ଏହି ବିଦେଶ ଯାତ୍ରାରେ ପିଏମ୍ ମୋଦି ପାକିସ୍ତାନର ଏୟାର ସ୍ପେଶକୁ ବ୍ୟବହାର କରିଥିଲେ । ଏନେଇ ପାକିସ୍ତାନ ମିଡିଆ ଆଇଟଲେଟ୍ ଜିଓ ନ୍ୟୁଜ୍ ରିପୋର୍ଟ ପ୍ରକାଶ କରିଛି ।
ପାକିସ୍ତାନ ବିସାମରିକ ବିମାନ ଉଡାଣ ଚଳାଚଳ ବିଭାଗ ସୂତ୍ରରୁ ଜିଓ ନ୍ୟୁଜ୍ ଏକ ରିପୋର୍ଟରେ କହିଛି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରିବା ବେଳେ ପାକିସ୍ତାନର ଏୟାର ସ୍ପେଶକୁ ବ୍ୟବହାର କରିଥିଲେ । ପିଏମ୍ ନରେନ୍ଦ୍ର ମୋଦିଙ୍କ ବିମାନ ଚିତରାଲ ରାସ୍ତାରେ ପାକିସ୍ତାନ ଆକାଶମାର୍ଗରେ ପ୍ରବେଶ କରିଥିଲା । ଏହା ପରେ ଇସଲାମାବାଦ ଏବଂ ଲାହୋର ଦେଇ ନୂଆଦିଲ୍ଲୀ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସକାଳ ୧୦.୧୫ ମିନିଟରେ ପାକିସ୍ତାନ ଏୟାର ସ୍ପେଶରେ ପ୍ରବେଶ କରିଥିଲା । ପ୍ରାୟ ୪୬ ମିନିଟ ପର୍ଯ୍ୟନ୍ତ ପାକିସ୍ତାନ ଆକାଶ ମାର୍ଗରେ ବିମାନ ଉଡିଥିଲା ଏବଂ ୧୧.୦୧ ମିନିଟରେ ବାହାରି ଆସିଥିଲା । ସୂତ୍ରରୁ ପ୍ରକାଶ ପାଇଛି ଯେ ଅମୃତସର ପ୍ରବେଶ କରିବା ପୂର୍ବରୁ ପିଏମ୍ ନରେନ୍ଦ୍ର ମୋଦି ପାକିସ୍ତାନର ଇସଲାମାବାଦ, ଲାହୋର ଏୟାର ସ୍ପେଶକୁ ଅତିକ୍ରମ କରିଥିଲେ

