Type Here to Get Search Results !

ଏକତରଫା ପ୍ରେମ ପାଇଁ ଗଡିଲା ମୁଣ୍ଡ ! ବିଚ୍‌ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

 



ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମ ପାଇଁ ଗଡ଼ିଲା ଜଣଙ୍କ ମୁଣ୍ଡ । ମୃତକ ଖଣ୍ଡଗିରି ଥାନା ଡୁଡୁଡୁମା ରଘୁନାଥ ନଗର ଜଗତ ମଲିକ ବୋଲି ଜଣାପଡିଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ବୁଧବାର ମଧ୍ୟ ରାତିରେ ଜଗତ ମଲିକ ନିଜ ଘର ରଘୁନାଥ ନଗରକୁ ଏକ ସ୍କୁଟିରେ ଫେରୁଥିଲେ ।

ଘର ଠାରୁ କିଛି ଦୂରରେ ପୂର୍ବରୁ ଲୁଚି ରହିଥିବା ଦୁବୃର୍ତ୍ତ ମାନେ ଜଗତଙ୍କ ପଛପଟୁ ଏକ ଧାରୁଆ ଅସ୍ତ୍ରାରେ ଚୋଟ ପକାଇ ଥିଲେ । ଯାହାଫଳରେ ଜଗତ ସ୍କୁଟିର କିଛି ବାଟ ଯିବା ପରେ ରାସ୍ତା ଉପରେ ଟଳିପଡିଥିଲେ । ତେବେ ଏକତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଯାଣିବାକୁ ପାଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.