Type Here to Get Search Results !

ସଞ୍ଜୟ ଜଣେ ଯୌନପିପାସୁ: ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

 


କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଛି। ଏହି ପ୍ରସଙ୍ଗରେ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ସମୟରେ କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ ସାଇକୋଆନାଲିସିସ କରିଥିଲା।

ଏହି ପରୀକ୍ଷଣରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଜଣେ ଯୌନ ବିକୃତ ମାନସିକତା ଥିବା ବ୍ୟକ୍ତି ବୋଲି ମନସ୍ତାତ୍ତ୍ୱିକ ପରୀକ୍ଷଣରୁ ଜଣାପଡିଛି।
ସିବିଆଇ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସଞ୍ଜୟ ରାୟ ଜଣେ ଯୌନ ବିକୃତ ମାନସିକତା ଥିବା ବ୍ୟକ୍ତି। ତାଙ୍କର 'ପଶୁ ପରି ପ୍ରବୃତ୍ତି' ଅଛି। ସେମାନଙ୍କ ପରୀକ୍ଷା ସମୟରେ ସାଇକୋଆନାଲିଷ୍ଟ ଦଳ ଜାଣିବାକୁ ପାଇଥିଲେ ଯେ, ସଞ୍ଜୟ ରାୟଙ୍କଠାରେ କୌଣସି ପଶ୍ଚାତାପ ନାହିଁ। ଅନେକ ଥର ସେ ଉତ୍ତର ଦେବାବେଳେ ହସୁଥିଲେ। ସେ ସାଇକୋଆନାଲିଷ୍ଟ ଦଳକୁ ସବୁକିଛି କହିଛନ୍ତି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.