ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଗଷ୍ଟ ୧୬ ଶୁକ୍ରବାର ଆର୍ଥ ଅବଜରଭେସନ୍ସା ଟେଲାଇଟ୍-୮(ଇଓଏସ-୦୮) ଉତ୍କ୍ଷେପଣ କରିଛି। ପୂର୍ବାହ୍ନ ୯ଟା ୧୭ରେ ଏହି ଉପଗ୍ରହଏସଏସଏଲଭି-ଡି୩ ଲଞ୍ଚ ଯାନ ସାହାଯ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି।
ଏହି ଉପଗ୍ରହ ପୃଥିବୀର କକ୍ଷପଥଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ସ୍ଥାପିତ ହେବ।
ଇଓଏସ-୦୮ ଉପଗ୍ରହରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର ଅନ୍ତର୍ଭୁକ୍ତ।
ବିପର୍ଯ୍ୟୟ ମନିଟରିଂ, ପରିବେଶ ମନିଟରିଂ ଇତ୍ୟାଦି କାର୍ଯ୍ୟଗୁଡ଼ିକ ପାଇଁ ପ୍ରତିଛବି କ୍ୟାପଚର କରିବାକୁ ଇଓଆଇଆର ପେଲୋଡ୍ ଡିଜାଇନ୍ କରାଯାଇଛି। ଏହି ପେଲୋଡ୍ ଦିନ ଏବଂ ରାତିରେ ଚିତ୍ର ସହଜରେ କ୍ୟାପଚର କରିପାରିବ।

.jpeg)