Type Here to Get Search Results !

ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ନିଜେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ

 


ଭୁବନେଶ୍ୱର:-

ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ଶନିବାର ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଛି। ମୋଦୀ ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ନିଜେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି।

ଝିଙ୍ଗିଆଙ୍କ ବିୟୋଗ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟ ବିଜେପି ନେତା ବିଳମ୍ବିତ ରାତିରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଦମ୍ପତି ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇଥିଲେ। ଏହାପରେ ଉଭୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।

୧୯୮୭ ମସିହା ମାର୍ଚ୍ଚ ୮ରେ ଜୁଏଲଙ୍କୁ ଝିଙ୍ଗିଆ ବିବାହ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଉଭୟ ଦୁଇ ଝିଅର ଅଭିଭାବକ। ଶେଷ ଖବର ସୁଦ୍ଧା ଝିଙ୍ଗିଆଙ୍କର ଅନ୍ତିମ ସଂସ୍କାର ସୋମବାର ତାଙ୍କ ଜନ୍ମମାଟି କେନ୍ଦୁଡିହିରେ ହେବ ବୋଲି ଜଣାପଡ଼ିଛି।

ଜୁଏଲଙ୍କ ଓରାମ ହେଉଛନ୍ତି ସୁନ୍ଦରଗଡର ସାଂସଦ। ହ୍ୟାଟ୍ରିକ ସାଂସଦ ହେବା ସହ ମୋଦୀ ସରକାରରେ ଆଦିବାସୀ ବିଭାଗର ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ସେ ବାଜପେୟୀ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.