Type Here to Get Search Results !

ଜୁଏଲ୍‌ ଓରାମ ଏମ୍ସରେ ଭର୍ତ୍ତି

 



କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ସୋମବାର ରାତି ୯ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନୂଆ ପ୍ରାଇଭେଟ୍‌ ଓ୍ବାର୍ଡରେ ସେ ପଲ୍‌ମୋନାରି ମେଡିସିନ ବିଭାଗ ମୁଖ୍ୟ ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଏମ୍‌ପି ଜୁଏଲ୍‌ଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କର ଗତ ଶନିବାର ୫୮ ବର୍ଷ ବୟସରେ ଡେଙ୍ଗୁରେ ପରଲୋକ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁଏଲ୍‌ ମଧ୍ୟ ଡେଙ୍ଗୁରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସେ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.