Type Here to Get Search Results !

ହିତାଧିକାରୀଙ୍କ ପାଇଁ ଖୁସି ଖବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଶି ୬୦ ହଜାର ବଢ଼ିବ

 


ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ ।

ଏ ନେଇ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଗାଇଡ୍‌ଲାଇନ ଆସିବ। ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା। ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତ୍ୟେକ ଆବାସ ଘରକୁ ମଡେଲ ଗୃହ ଭାବେ ରାଜ୍ୟ ସରକାର ନିର୍ମାଣ କରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମତଳ ଅଞ୍ଚଳ ହିତାଧିକାରୀଙ୍କୁ ୨୫ ବର୍ଗ ମିଟର ପକ୍କାଘର ନିର୍ମାଣ କରିବାକୁ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟାଞ୍ଚଳକୁ ୧ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ଏଥିସହିତ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.