ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ୬ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ଓ ତାପ ପର ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଉତ୍ତର ପଶ୍ଚିମବଙ୍ଗ ଓ ତତସଲଗ୍ନ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଥିବାରୁ ଏହା ଉତ୍ତର ପୂର୍ବଦିଗକୁ ଗତି କରିଥିବା ବେଳେ ଆଜି ଝାଡଖଣ୍ଡ ଆଡକୁ ଅଗ୍ରସର ହୋଇପାରେ ।
