Type Here to Get Search Results !

ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତି: କନିଷ୍ଠ କିରାଣୀ, ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ଅମିନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

 


 ରାଜ୍ୟ ସରକାରଙ୍କ ତରଫରୁ ପୁଣି ଥରେ ଅନେକ ପୂରଣ ପାଇଁ ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩, ଜୁନିୟର ଟାଇପିଷ୍ଟ ଓ ସାଲାରାଏଡ ଅମିନ ପଦରେ ନିଯୁକ୍ତି ଦିଅଯିବ । ସମସ୍ତ ପଦ ପାଇଁ ବେତନ ହାର, ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି ।

ଭଦ୍ରକ ଜିଲ୍ଲା ଜଜ କାର୍ଯ୍ୟାଳୟ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତି ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ଆଗକୁ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂଖ୍ୟାରେ ହ୍ରାସ, ବୃଦ୍ଧି ଘଟିପାରେ । ଜୁନିୟର ଟାଇପିଷ୍ଟ / ଷ୍ଟେନୋଗ୍ରାଫର ଗ୍ରେଡ-୩ ଓ ଜୁନିୟର କ୍ଲର୍କ-କମ-କପିଇଷ୍ଟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବେ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖ ସୁଦ୍ଧା ୧୮ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ସେହିପରି ସାଲାରାଏଡ ଅମିନ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ୍ କରିବା ସହିତ ସରକାରୀ / ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ରେଭିନ୍ୟୁ ଇନ୍ସପେକ୍ଟର ଟ୍ରେନିଂ ପାସ୍ କରିଥିବେ । ପ୍ରାର୍ଥୀଙ୍କର କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ଏହି ସମସ୍ତ ପଦ ପାଇଁ କୌଣସି ବର୍ଗର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ନାହିଁ । ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଧାର୍ଯ୍ୟ ଠିକଣାରେ ନିଜର ନିଜର ଆବଶ୍ୟକୀୟ ଡକ୍ୟୁମେଣ୍ଟ, ସାର୍ଟିଫିକେଟର ସେଲଫ ଆଟେଷ୍ଟେଡ୍ କପି ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ:https://cdnbbsr.s3waas.gov.in/s3ec0359a3adea76fadcb6dd9e54c9

Post a Comment

0 Comments
* Please Don't Spam Here. All the Comments are Reviewed by Admin.