କାଳିଆପାଣି:-
ଅନଲାଇନ୍ ଜୁଆ ଖେଳି ସର୍ବସ୍ବାନ୍ତ ହୋଇଥିବା ଯୁବ ଖଣି କର୍ମଚାରୀ ଶେଷରେ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କାଦୁଅବନ୍ଦୀ ଗାଁର ବ୍ରଜବନ୍ଧୁ ନାୟକଙ୍କ ଏକମାତ୍ର ପୁଅ ଶ୍ରୀନିବାସ ଓରଫ୍ ଲିଙ୍କନ (୨୨)। ଶୋଇବା ଘରୁ ଝଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର ହୋଇଛି।
କାଳିଆପାଣି ଇମ୍ଫା ଖଣିର ଏକ ଘରୋଇ କମ୍ପାନିରେ ଠିକା କର୍ମଚାରୀ ଥିବା ଲିଙ୍କନ କିଛି ମାସ ପୂର୍ବରୁ ମୋବାଇଲ୍ରେ 'ଦମନ' ଖେଳି ଆସୁଥିଲେ।

.jpeg)