ପଶ୍ଚିମବଙ୍ଗରୁ ୪୦୦ ଟ୍ରକ୍ରେ ଆଳୁ ଆସିଛି। ଖୁବ୍ ଶୀଘ୍ର ଆଳୁ କେଜି ୧୦ରୁ ୧୨ଟଙ୍କା ହୋଇଯିବ। ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଏବେ ଭୁବନେଶ୍ବରରେ ଗୋଟିଏ ଚାଉଳ ଏଟିଏମ୍ ବସିଛି। ଏହା ଗ୍ରହଣୀୟ ହୋଇଛି। ସବୁ ଜିଲ୍ଲା ମୁଖ୍ୟାଳୟରେ ଚାଉଳ ଏଟିଏମ୍ ବସାଯିବ। ଏହା ସଫଳ ହେଲେ ପ୍ରତି ବ୍ଲକ ଓ ପଞ୍ଚାୟତରେ ଚାଉଳ ଏଟିଏମ୍ ଲାଗିବ।
ଯେଉଁ ବିଜେଡି ସରକାର ଆଳୁ ମିସନ୍ ନାଁରେ ୨୭୦କୋଟି ଚଳୁ କରିଦେଲା, ସେହି ଦଳର ବିଧାୟକ ଆଳୁ ଦରକୁ ନେଇ ଚିନ୍ତା ପ୍ରକଟ କରିବା ଦୁଃଖର ବିଷୟ। ସେହିପରି ପିଆଜ ଦର ଏବେ ସାମାନ୍ୟ ବଢ଼ିଥିଲେ ବି ଏହାକୁ ନିୟନ୍ତ୍ରଣକୁ ଅଣାଯିବ। ନାଫେଡ୍ ସହ କଥା ହୋଇଛୁ। ସେମାନଙ୍କ ପାଖରେ ୨ଲକ୍ଷ ମେଟ୍ରିକ ଟନ୍ ପିଆଜ ଅଛି। ଯେତେ ଆବଶ୍ୟକ ସେତେ ପିଆଜ ଦେବାକୁ ସହମତି ଦେଇଛନ୍ତି। ଏବେ ଦିନକୁ ନାଫେଡ୍ ଦୁଇ ଟ୍ରକ୍ ପିଆଜ ଦେବ। ପିଆଜ ଦାମ୍ ବି କମିଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ସୂଚନା ଦେଇଛନ୍ତି।
