Type Here to Get Search Results !

ବିନା ଟିକଟ୍‌ରେ ଟ୍ରେନ୍‌ ଯାତ୍ରା; ଧରାପଡ଼ିଲେ ୨୧୮

 


ଭୁବନେଶ୍ୱର:-

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରୋକିବା ପାଇଁ ବାଣୀବିହାର ପାସେଞ୍ଜର ହଲ୍ଟ ଷ୍ଟେସନରେ ଖୋର୍ଦ୍ଧା ରୋଡ୍‌ ଡିଭିଜନ ପକ୍ଷରୁ ଆମ୍ବୁଶ ବା ଅଚାନକ ଟିକଟ୍‌ ଯାଞ୍ଚ କରାଯାଇଛି। ବାଣୀବିହାର ଷ୍ଟେସନ ଦେଇ ଯାଉଥବା ଟ୍ରେନ୍‌ରେ ବାଣିଜ୍ୟ ଅଧିକାରୀ, ଟିକଟ୍‌ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳ ମିଳିତ ଭାବରେ ଏକ ଟିମ୍‌ ଗଠନ କରି ଏହି ଅଭିଯାନ କରିଥିଲା।

ଯାଞ୍ଚ ଅଭିଯାନରେ ବିନା ଟିକଟ୍‌ରେ ଯାତ୍ରା କରୁଥିବା ୨୧୮ଜଣ ଯାତ୍ରୀଙ୍କଠାରୁ ଜରିମନା ବାବଦରେ ୫୧, ୫୫୦ଟଙ୍କା ଆଦାୟ କରାଯାଇଛି। ଏହା ସହ ଏହି ଟିକଟ୍‌ ଯାଞ୍ଚ ଅଭିଯାନରେ ଟ୍ରେନ୍‌ ମଧ୍ୟରେ ସଠିକ୍‌ ପ୍ରମାଣପତ୍ର ନ ଥାଇ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ମଧ୍ୟ ଜରିମାନା ଆଦାୟ ହୋଇଛି। ବାଣୀବିହାର ଷ୍ଟେସନଠାରେ ଜଣେ ନାବାଳକକୁ ଉଦ୍ଧାର କରାଯାଇ ତାକୁ ଆବଶ୍ୟକ ମୁତାବକ ସାହାର୍ଯ୍ୟ କରିବା ପାଇଁ ରେଳ ସୁରକ୍ଷା ବଳକୁ ହସ୍ତାନ୍ତର କରାଯାଇଛି। ଆଗାମୀ ସମୟରେ ଏହା ପରିସର ମଧ୍ୟରେ ଆସୁଥିବା ସମସ୍ତ ରେଳ ଷ୍ଟେସନରେ ଏଭଳି ଭାବରେ ଟିକଟ୍‌ ଯାଞ୍ଚ କରାଯିବ ବୋଲି ଖୋର୍ଦ୍ଧା ରୋଡ୍‌ ଡିଭିଜନର ଡିଭିଜିନାଲ୍‌ ବାଣିଜ୍ୟ ମ୍ୟାନେଜର ଅନିଲ କୁମାର ଏସ୍‌ କହିଛନ୍ତି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.